ଭୁବନେଶ୍ବର: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ବଜେଟ ଅଧିବେଶନରେ ସଂସଦକୁ ସୁରୁଖୁରୁରେ ଚଳାଇବାପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ କାଲିଠୁ ଆରମ୍ଭ ହୋଇ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ…
କାଲିଠାରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ୨୦୧୯ସାଧାରଣ ନିର୍ବାଚନ ପୁର୍ବରୁ ଶେଷ ସାଧାରଣ ବଜେଟ । ଜିଏସଟି ଲାଗୁ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେଣୁ ଏଥର ବଜେଟ ଉପରେ ସାରା ଦେଶର ରହିବ ନଜର । ପୂର୍ବ ଅଧିବେଶନ ଧମାକେଦାର ଥିଲା। ତେଣୁ ଏଥର ଅଧିବେଶନରେ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ରହିବ ନଜର। ତେଣୁ ପାର୍ଲାମେଣ୍ଟର ଲାଇବ୍ରେରି ହଲ୍ରେ ବସିଥିବା ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ବଜେଟ୍ ଅଧିବେଶନକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଜାନୁରାରୀ ୨୯ରୁ ଫେବୃଆରୀ ୯ଯାଏ ଚାଲିବ । ଫେବ୍ରୁଆରି ପହିଲା ବଜେଟ ଉପସ୍ଥାପନ ହେବ। ପରେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ୬ଏପ୍ରିଲରେ ଶେଷ ହେବ । ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ହାତେଇବାକୁ ସରକାର ଚଳିତ ବଜେଟରେ କିଛି ଲୋକାଭିମୁଖୀ ଯୋଜନା ଷୋଷଣା କରିବା ସମ୍ଭାବନା ରହିଛି । ଏହି ଅଧିବେଶନରେ କେନ୍ଦ୍ର ସରକାର ପୁଣିଥରେ ଟ୍ରିପଲ ତଲାକ୍ ବିଲକୁ ଉପସ୍ଥାପନ କରି ଏବାକୁ ଯଥା ସମ୍ଭବ ପାରିତ କରିବାକୁ ଚେଷ୍ଟା କରିପାରନ୍ତି । ପୁର୍ବରୁ ଏହା ଲୋକସଭାରେ ପାରିତ ହୋଇ ରାଜ୍ୟ ସଭାରେ ଅଟକିଛି।
