ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକକୁ ରାସ୍ତାରେ ଆଣ୍ଠେଇଲେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ଶାସ୍ତି । ବାଣୀବିହାର କ୍ୟାମ୍ପସରେ ଛାତ୍ରୀ ଙ୍କୁ ଅସଦାଚରଣ କରୁଥିବା ଜଣେ ଯୁବକକୁ ରାସ୍ତାରେ ଆଣ୍ଠେଇଲେ ଛାତ୍ରଛାତ୍ରୀ । ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଶହୀଦନଗର ପୋଲିସ ଅଭିଯୁକ୍ତ ଯୁବକ ସୁଶାନ୍ତ ସେଠୀକୁ ଅଟକ ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ ବାଣୀବିହାର କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ସେ ଘଟଣାରେ କାହାକୁ ଗିରଫ କରାଯାଇନଥିଲା । ସେହି ଘଟଣାରେ ମଧ୍ୟ ଉକ୍ତ ଯୁବକଙ୍କୁ ହାତ ଥିବା ସନ୍ଦେହ କରାଯାଉଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ଭିତରେ ବାଣିବିହାର କ୍ୟାମ୍ପସରେ ଅସୁରକ୍ଷିତ ହୋଇ ପଡିଛନ୍ତି ଛାତ୍ରଛାତ୍ରୀ । …

Leave A Reply

Your email address will not be published.