ମାଟ୍ରିକ୍ ପଶ୍ନପତ୍ର ଲିକ୍ ଘଟଣା: ପୁଣି ୨ ଗିରଫ

ନୂଆପଡ଼ା: ମାଟ୍ରିକ୍ ପଶ୍ନପତ୍ର ଲିକ୍ ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୋଲିସ। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ ସହ କରଙ୍ଗାମାଲ ହାଇସ୍କୁଲକୁ ଯାଇଥିଲେ। ସର୍ବଜ୍ଞ ନିଜ ମୋବାଇଲ ତାଙ୍କ ପୁତୁରାକୁ ଦେଇଥିଲେ। ପୁତୁରା ଜ୍ଞାନଦତ୍ତ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.