ଅନଶନ ସ୍ଥଗିତ ରଖିଲେ କେଜରିୱାଲ

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଆନ୍ଦୋଳନକୁ ବର୍ତ୍ତମାନ ସମୟରେ ସ୍ଥଗିତ ରଖିଛନ୍ତି। ଆସନ୍ତା ୧ ତାରିଖରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ କେଜ୍ରିୱାଲ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ହମ୍‌ଲାର ବଦଲା ନେବା ପାଇଁ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ଜୈଶ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଏହାପରେ ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ କେଜ୍ରିୱାଲ ଟ୍ୱିଟ୍‌ ଯୋଗେ ନିଜର ଅନଶନ ସ୍ଥଗିତ କରିଥିବା ସମ୍ପର୍କରେ କହିଛନ୍ତି।

Leave A Reply

Your email address will not be published.