ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବ୍ୟବହାର କରୁଥିବା କାରଣରୁ ଶ୍ରୀନଗର, ଜମ୍ମୁ, ଲେହ୍, ଅମୃତସର, ପଠାନକୋଟ୍, ଗଗ୍ଗଲ୍, ଡେରାଡୁନ୍ ଏବଂ ଚଣ୍ଡିଗଡ଼ ଚଣ୍ଡୀଗଡ ଭଳି ୮ଟି ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି। ଜମ୍ମୁ, ଶ୍ରୀନଗର, ଅମୃତସର ଏବଂ ଚଣ୍ଡିଗଡ଼ର ସମସ୍ତ ୪ଟି ସେକ୍ଟର୍କୁ ମୁମ୍ବାଇ ବିମାନ ବନ୍ଦର ସବୁ ବିମାନ ବାତିଲ୍ କରିଛି। ଫଳରେ ଏହି ବିମାନ ବନ୍ଦରଗୁଡ଼ିକୁ କୌଣସି ବ୍ୟାବସାୟିକ ବିମାନ ଚଳାଚଳ କରିବ ନାହିଁ। ଏହି ସବୁ ବିମାନ ବନ୍ଦରରୁ କେତେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି କିଂବା ଅଟକ ରଖାଯାଇଛି। ଭାରତ ଏବଂ ପାକିସ୍ତାନକୁ ଯାତାୟାତ କରୁଥିବା ବହୁ ଆନ୍ତର୍ଜାତିକ ବିମାନ ଚଳାଚଳ ଏଥିଯୋଗୁଁ ପ୍ରଭାବିତ ହୋଇଥିବା ଖବର ଆସିଛି। ଅନ୍ୟପଟେ ପାକିସ୍ତାନ ମଧ୍ୟ ତୁରନ୍ତ ଲାହୋର, ମୁଲ୍ତାନ୍, ଫୈସାଲାବାଦ୍, ସିଆଲ୍କୋଟ୍ ଏବଂ ଇସ୍ଲାମାବାଦ ବିମାନ ବନ୍ଦରରୁ ହଠାତ୍ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ କରି ଦେଇଛି।
Prev Post
