ବିଜେପୁର ଉପନିର୍ବାଚନ : କଂଗ୍ରେସ ପ୍ରାଥ୍ରୀ ପ୍ରଣୟ ସାହୁଙ୍କ ନାମାଙ୍କନ ପତ୍ର ଦାଖଲ

ବିଜେପୁର : ବିଜେପୁର ଉପନିର୍ବାଚନ ଲାଗି ଆଜିଥିଲା ନାମାଙ୍କନ ଦାଖଲ ଶେଷ ତାରିଖ । ଶେଷ ଦିନରେ କଂଗ୍ରେସ ପ୍ରାଥ୍ରୀ ପ୍ରଣୟ ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରଣୟ ନିଜ ସମର୍ଥକ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଏକ ବିରାଟ ପଟୁଆରରେ ଆସି ପଦ୍ମପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ । ପ୍ରଣୟଙ୍କୁ ମିଶାଇ ବିଜେପୁର ମଇଦାନକୁ ଓହ୍ଳାଇଛନ୍ତି ୧୭ ପ୍ରାର୍ଥୀ । ନିଜ ଘରେ ପୂଜାର୍ଚ୍ଚନା କରିଥିଲେ । ଗାଁର ରାମଜୀ ମନ୍ଦିର,ଜଗନ୍ନାଥ ମନ୍ଦିର ଏବଂ ଗାଁର ଇଷ୍ଟଦେବୀଙ୍କ ପାଖରେ ଶୁଭ ମନାସିବା ପରେ ବାହାରିଥିଲେ ନାମାଙ୍କନ ପତ୍ର ଦାଖଲ କରିବାକୁ । ପ୍ରଣୟ ନିଜ ସମର୍ଥକ ଓ ନେତାଙ୍କ ସହ ଏକ ବିରାଟ ପଟୁଆରରେ ଆସିଥିଲେ । ସ୍ଥାନୀୟ ଆରଏମସି ପଡିଆରେ ଏକ ସଧାରଣ ସଭା ଆୟୋଜନ କରାଯାଉଥିଲା । ତିନୋଟି ବ୍ଲକର ହଜାର ହଜାର କର୍ମୀ ଏଥିରେ ଯୋଗ ଦେଇଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ଦଳର ବହୁ ବରିଷ୍ଠ ନେତାଙ୍କ ଗହଣରେ ଆସି ପଦ୍ମପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି ପ୍ରଣୟ । ପ୍ରଣୟ ୨ ଥର ଉପାଧ୍ୟକ୍ଷ ଓ ଥରେ ଅଧ୍ୟକ୍ଷ ରହିଥିଲେ । କଂଗ୍ରେସର ପୂବ ର୍ତନ ବିଧାୟକ ସୁବଳ ସାହୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପ୍ରଣୟ ୧୯୯୫ରେ କଂଗ୍ରେସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.