ସଂସଦ ଭବନରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ପ୍ରତିମୂର୍ତି ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

ଭୁବନେଶ୍ବର:ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ୧୭୧ ତମ ଜୟନ୍ତୀ ୨୮ ଏପ୍ରିଲ ୨୦୧୮ରେ ଏହି ମହାନ ଓଡିଆଙ୍କ ମୂର୍ତି ବା ଫଟୋଚିତ୍ର ସଂସଦ ଭବନରେ ଉନ୍ମୋଚନ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ା ମଧୁବାବୁ ଭାବରେ ସର୍ବଜନ ବିଦିତ ଏହି ମହାନ ଓଡିଆ ବ୍ୟକ୍ତିତ୍ବ ଜଣେ ଅନନ୍ୟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସାହିତ୍ୟିକ ହେବା ସହ ଓଡିଆ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ସମର୍ପିତ କରିଥିଲେ ବୋଲି ବାଚସ୍ପତିଙ୍କୁ ପତ୍ର ଲେଖି ଶ୍ରୀ ପ୍ରଧାନ କହିଛନ୍ତି ା ସ୍ବତନ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ତାଙ୍କର ମହାନ େଯାଗଦାନ ପାଇଁ ସେ ଉକ୍ରଳ ଗୌରବ ଭାବରେ ସର୍ବଜନ ବିଦିତ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଲେଖିଛନ୍ତି ା ମଧୁବାବୁ ଅନେକ କ୍ଷେତ୍ରରେ ପ୍ରଥମ ବ୍ୟକ୍ତିର ମାନ୍ୟତାର ଅଧିକାରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା ସେ ଥିଲେ ପ୍ରଥମ ଓଡିଆ ସ୍ନାତକୋତର, ପ୍ରଥମ ଓଡିଆ ବାରିଷ୍ଟର, ବିହାର- ଓଡିଶା ଲେଜିସଲେଟିଭ କାଉନସିଲ ଓ ସେଂଟ୍ରାଲ ଲେଜିସଲେଟିଭ ଆସେମ୍ବଲି ଉଭୟ ସ୍ଥାନକୁ ନିର୍ବାଚିତ ହେବାରେ ମଧୁବାବୁ ଥିଲେ ପ୍ରଥମ ଓଡିଆ ା ମଧୁବାବୁ ନାରୀ ସଶକ୍ତିକରଣର ମହାନ ସମର୍ଥକ ଭାବେ କଟକରେ ପ୍ରଥମ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ା ମଧୁବାବୁ ଆଇନ ପ୍ରାକ୍ଝିସନର ଆକ୍ଝରେ ପରିବର୍ତନ ପାଇଁ ଆନ୍ଦୋଳନ କରି ୧୯୨୩ ମସିହାରେ ମହିଳାଙ୍କ ପାଇଁ ଆଇନ ବ୍ୟବସାୟ କରିବାର ସୁେଯାଗ ସୃଷ୍ଟି ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ା ମଧୁବାବୁ ଜଣେ ଦୂରଦୃଷ୍ଟିସµନ୍ନ ଉଦ୍ୟମୀ ଥିଲେ ା ଓଡିଶାରେ ଶିଳ୍ପାୟନରେ ସେ ଥିଲେ ଆଦ୍ୟ ପୁରୋଧା ା ଗ୍ରାମୀଣ ଦକ୍ଷତା ଓ କୁଶଳତାକୁ ବ୍ୟବହାର କରିବା ପାଇଁ ମଧୁବାବୁ ଉକ୍ରଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ ା ତାରକସୀ, ହାତୀ ଦାନ୍ତ, ହସ୍ତତନ୍ତ କାରିଗରକୁ ନେଇ ଶିଳ୍ପାୟନ କରିଥିଲେ ା ମଧୁବାବୁ ଜଣେ ସଫଳ ସାହିତ୍ୟିକ ହେବା ଛଡା ମଧୁବାବୁ ମହାତ୍ମା ଗାନ୍ଧୀ ସମେତ ଅନେକ ଭାରତୀୟ ନେତୃବୃନ୍ଦ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କର ପତ୍ରରେ ଉଲ୍ଲେଖ କରିଛନ୍ତି ା
ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ୧୭୧ ତମ ଜୟନ୍ତୀ ୨୮ ଏପ୍ରିଲ ୨୦୧୮ରେ
   ଏହା ଉନ୍ମୋଚିତ ହେଲେ ମହାନ ଓଡିଆଙ୍କୁ ହେବ ଉପଯୁକ୍ତ ଶ୍ରଦ୍ଧାଂଜଳି
 ମଧୁବାବୁ ଜଣେ ଅନନ୍ୟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସାହିତ୍ୟିକ ହେବା ସହ ଓଡିଆ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ସମର୍ପିତ କରିଥିଲେ
 ମଧୁବାବୁ ଜଣେ ସଫଳ ସାହିତ୍ୟିକ ହେବା ଛଡା ମହାତ୍ମା ଗାନ୍ଧୀ ସମେତ ଅନେକ ଭାରତୀୟ ନେତୃବୃନ୍ଦ ପାଇଁ ପ୍ରେରଣାର ଉତ୍ସ ଥିଲେ

Leave A Reply

Your email address will not be published.