ଭୀଷଣ ରୂପ ନେଇ ମାଡ଼ିଆସୁଛି ଫନି: ଓଡ଼ିଶାର ୮ ଜିଲ୍ଲାରେ ପ୍ରଭାବ ଆଶଙ୍କା

ଭୁବନେଶ୍ବର : ମହାବାତ୍ୟା ‘ଫୋନି’ ନେଇ ବିଭିନ୍ନ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ ଲାଗାଇଛନ୍ତି। ଜଣାଶୁଣା ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁସାରେ ସୋମବାର ରାତି ୮ଟା ବେଳକୁ ‘ଫୋନି’ ୧୦.୫ ଡିଗ୍ରି ଉତ୍ତର ଓ ୮୬.୬ ଡିଗ୍ରି ପୂର୍ବରେ ଅବସ୍ଥିତ ରହିଥିଲା। ତେବେ ଓଡ଼ିଶାରେ ପ୍ରଭାବ କେତେ ହେବ ଓ କ’ଣ ହେବ ଏହା ନେଇ ମଡେଲ୍ଗୁଡ଼ିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଗୋଟିଏ ମଡେଲ୍ କହୁଛି ଯେ ୪ ତାରିଖ ସକାଳ ସମୟରେ ପୁରୀ ପାଖରେ ପହଞ୍ଚିବ। ତାହା ଉପକୂଳରେ ଧସେଇ ଉତ୍ତର ପୂର୍ବ ଆଡ଼କୁ ଗତି କରିବ। ପବନର ବେଗ କମ୍ ରହିବ। ତେବେ ଭାରୀ ବର୍ଷା ହେବ।

ଅନ୍ୟ ଏକ ମଡେଲ୍ କହୁଛି, ମେ’ ୩ ସନ୍ଧ୍ୟାରେ ପୁରୀ ନିକଟରେ ପହଞ୍ଚିବ। ଓଡ଼ିଶାର ସ୍ଥଳ ଭାଗ ଦେଇ ୪ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗରେ ପହଞ୍ଚିଥିବ। ବାତ୍ୟାର ଗତି ପୁରୀ, ଭୁବନେଶ୍ବର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ବାରିପଦା ଓ କଲିକତା ଆଡ଼କୁ ରହିବ। ପୁରୀରେ ପହଞ୍ଚିଲା ବେଳକୁ ‘ଫନି’ର ବେଗ ଘଣ୍ଟା ପ୍ରତି ପାଖାପାଖି ୧୩ କିମି ରହିଥିବ। ସ୍ଥଳ ଭାବେ ଛୁଇଁଲା ପରେ ଏହାର ବେଗ ଘଣ୍ଟା ପ୍ରତି ୧୮ କିମି ପର୍ଯ୍ୟନ୍ତ ବଢିପାରେ। ଏହି ମଡେଲ୍ ଅନୁସାରେ, ମେ’ ୧ ସନ୍ଧ୍ୟାଠାରୁ ଚେନ୍ନାଇର କିଛି ଦୂରରେ ‘ଫନି’ ସମୁଦ୍ରରେ ରହିବ। ଏହାପରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପୁରୀରେ ପହଞ୍ଚିବ। ତେବେ ପୁରୀରେ ପହଞ୍ଚିଲା ପର୍ଯ୍ୟନ୍ତ ଏହା ପ୍ରକୋପ ବଢ଼ି ବଢ଼ି ଯିବ। ଭୂମିରେ ମାଡ଼ ହେଲା ପରେ ଏହାର ପ୍ରକୋପ କମିପାରେ। ତେବେ ପୁରୀରେ ପହଞ୍ଚିବା ପୂର୍ବରୁ ଏହା ଅତିପ୍ରବଳ ବାତ୍ୟା ରୂପ ନେଇ ସାରିଥିବ। ବାତ୍ୟାର କେନ୍ଦ୍ରବିନ୍ଦୁର ୬୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ। କିନ୍ତୁ ଉତ୍ତର ପଶ୍ଚିମରେ ସବୁଠାରୁ କମ୍ ପ୍ରକୋପ ଥିବା ବେଳେ ଦକ୍ଷିଣ ପୂର୍ବରେ ସବୁଠାରୁ ଅଧିକ ରହିବ। ତେଣୁ ପୁରୀରୁ ବାରିପଦାକୁ ସଂଯୋଗ କରୁଥିବା ସରଳ ରେଖାର ପଶ୍ଚିମରେ ଆସୁଥିବା ଜିଲ୍ଲାଗୁଡ଼ିକରେ ପ୍ରଭାବ ଅପେକ୍ଷାକୃତ କମ୍ ପଡ଼ିବ। ଏହି ମଡେଲ୍ ଯଦି ସତ ହୁଏ ତେବେ ପବନ ଓ ବର୍ଷାର ପ୍ରଭାବ ପଡ଼ିବ। ଏହାର ଓଡ଼ିଶା ଉପରେ କିଭଳି ଗତିପଥ ରହିବ ତାହା ମେ’ ୧ ତାରିଖ ସନ୍ଧ୍ୟାରେ ନିର୍ଣ୍ଣୟ ହେବ। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ହେଉଛି ମେ’ ୩ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଓଡ଼ିଶା ଉପକୂଳରେ ମାଡ଼ ହେବ। ଗଞ୍ଜାମରୁ ପୁରୀ ଜିଲ୍ଲା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। ପହଞ୍ଚିଲା ବେଳେ ପବନର ବେଗ ୨୦୦ କିମି ରହିପାରେ। ପୁରୀ, ଜଗତ୍ସିଂହପୁର ସମେତ ଉପକୂଳ ଜିଲ୍ଲା ଅଧିକ ପ୍ରଭାବିତ ହେବ। େକନ୍ଦ୍ର ସରକାରଙ୍କ ଗୃହ ବିଭାଗ ଜାରି କରିଥିବା ନିେର୍ଦଶାବଳୀ ଓଡ଼ିଶାକୁ ‘ଫନି’ ମୁହାଁଉଥିବା ସୂଚାଇ କହିଛି, ଦକ୍ଷିଣ ଓଡ଼ିଶା ଆଖପାଖ ଅଞ୍ଚଳରେ ୨ ତାରିଖ େବଳକୁ ବର୍ଷା ଆରମ୍ଭ େହାଇଯିବ। ତେବେ ୩ ତାରିଖ େବଳକୁ ଏହା କ୍ରମଶଃ ଉପକୂଳ ଆଡକୁ ଯିବା ସହିତ ବର୍ଷାର ପରିମାଣ ବଢିବ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା େହବ।ତେବେ ସମ୍ଭାବ୍ୟ ବାତ୍ୟା ଦ୍ବାରା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏବେ ଧାନ ଫୁଲ ବାହାରିବା ଅବସ୍ଥାରେ ରହିଛି। ପବନ ହେଲେ କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ମୁଗ, ବାଦାମ ମଧ୍ୟ ଆନେକ ସ୍ଥାନରେ ଅମଳ ଅବସ୍ଥାକୁ ଆସି ନାହିଁ। ତେବେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଡାଲିଜାତୀୟ ଓ ତୈଳ ବୀଜଜାତୀୟ ଫସଲ ଜମିରୁ ପାଣି ନିଷ୍କାସନ କରି ଦେବା ଦରକାର। ଅମଳ ଅବସ୍ଥାକୁ ଆସିଯାଇଥିଲେ ତାହାକୁ େଲାକେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇଯିବା ଉଚିତ। ପନିପରିବା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.