ମାଲକାନାଗିରୀ : ବହୁ ବାଧା ବିଘ୍ନ ଭିତରେ ଶେଷ ହୋଇଛି ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ । ହେଲେ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ସୁରକ୍ଷା ବ୍ୟବସ୍ଥା । ନକ୍ସଲପନ୍ଥୀଙ୍କ ଟାର୍ଗେଟରେ ଥିବା ଏହି ସେତୁର ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଅଛନ୍ତି ବି.ଏସ.ଏଫ ।ଏବେ ଜବାନଙ୍କ ସହ ସେତୁ ଉପରେ ନଜର ରଖିବ ସିସିଟିଭି କ୍ୟାମେରା । ସେତୁ ଉପରେ ଲଗାଯାଇଛି ହାଇ ରେଜୁଲେସନ କ୍ୟାମେରା ।
୪ ଦଶନ୍ଧିର ଅପେକ୍ଷା ଏବଂ ଅନେକ ବାଦ ବିବାଦ ପରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ମୁଣ୍ଡ ଟେକି ଠିଆ ହୋଇଛି ଗୁରୁପ୍ରିୟା ସେତୁ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୧୫୧ ଟି ଗାଁର ହଜାର ହଜାର ଲୋକଙ୍କ ପାଇଁ ଏହି ସେତୁ ହେଉଛି ଲାଇଫଲାଇନ୍ । ଲାଲଗଡରେ ନିର୍ମାଣ ହୋଇଥିବା ଏହି ସେତୁକୁ ବି.ଏସ.ଏଫ ବାହୀନି ସୁରକ୍ଷା ଯୋଗାଉଥିଲେ । ଏବେ ଏହା ଉପରେ ନଜର ରଖିବ ସିସିଟିଭି କ୍ୟାମେରା । ନକ୍ସଲଙ୍କ ଉପରେ କଡା ନଜର ରଖିବା ଲାଗି ସେତୁ ଉପରେ ଗୃହବିଭାଗ ଲଗାଇଛି ହାଇ ରିଜୋଲ୍ୟୁସନ କ୍ୟାମେରା । ଏଥିରେ ଚିତ୍ର ଗୁରୁପ୍ରିୟା ସେତୁକୁ ସିଧାସଳଖ ଦେଖି ପାରିବେ ମାଲକାନଗିରି ଏସ.ପି. ଏବଂ ବି.ଏସ.ଏଫ କମାଣ୍ଡାଣ୍ଟ ।୧୯୬୨ ମସିହାରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ତିଆରି ହେବା ପରଠାରୁ ଏଠିକାର ଆଦିବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ । ଗମନାଗମନର ଏକମାତ୍ର ମାଧ୍ୟମ ପାଲଟିଥିଲା ଦେଶି ଡଙ୍ଗା । ତେବେ ଏହା ଅନେକ ସମୟରେ ଅନେକଙ୍କ ଜୀବନ ନେଇଛି । ଦେଶୀ ଡଙ୍ଗାରେ ଭାରି ଜିନିଷ ପତ୍ର ଓ ବାଇକ୍ ପାରି କରିବା ବେଳେ ଡଙ୍ଗା ବୁଡି ହୋଇ ଲୋକଙ୍କ ଧନଜୀବନ ହାନି ହୋଇଛି । ଏହା ସତ୍ବେ ଦେଶୀ ଡଙ୍ଗାରେ ଅସୁରକ୍ଷିତ ଯାତ୍ରା କରିବା ବ୍ୟତିତ ଆଉ କିଛି ବାଟ ନଥିଲା । ଏବେ କିନ୍ତୁ ଗୁରୁପ୍ରିୟା ସେତୁ ଆଣିଛି ବିଚ୍ଛିନାଞ୍ଚଳବାସୀଙ୍କ ମୁହଁରେ ହସ ।
ଗତ ସପ୍ତାହରେ ଶେଷ ହୋଇଛି ଗୁରୁପ୍ରିୟା ସେତୁ । ଏବେ ଏହା ଉପରେ କେବଳ ଚାଲି ଚାଲି ଯିବାକୁ ଅନୁମତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀୱ ପଟ୍ଟନାୟକ ସେତୁକୁ ଉଦଘାଟନ କରିବା ପରେ ଏହା ଉପରେ ଯାନ ବାହାନ ଚଳାଚଳ କରିପାରିବ ।
Next Post
