କ୍ୟାପିଟାଲ ହସ୍ପିଟାଲ ଭିତରେ ନାଗ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନର୍ସିଂହୋମର ଦୁଇ ନମ୍ବର କ୍ୟାବିନରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ସାଢେ ୩ ଫୁଟ୍ ହେବ। କ୍ୟାବିନ୍ ଭିତରେ ସାପଟି ଗୁଡେଇ ହୋଇ ରହିଥିଲା। ସାପଟିକୁ ଦେଖି ନର୍ସମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ହସ୍ପିଟାଲ ଭିତରେ ଏତେ ବଡ଼ ନାଗ ସାପ ଦେଖି ରୋଗୀଙ୍କ ଆଟେଣ୍ଡାଣ୍ଟ, ନର୍ସ ଓ ଡାକ୍ତରମାନେ ଭୟଭୀତ ହୋଇଯାଇଥିଲେ। ତେବେ ସାପଟି କାହାର କିଛି କ୍ଷତି ହୋଇନାହିଁ।

Leave A Reply

Your email address will not be published.