ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ବୁଧବାର ଅପରାହ୍ଣ ୧୨: ୩୦ରେ ପ୍ରକାଶ ପାଇଛି ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଓଜେଇଇ ପରୀକ୍ଷା ଫଳ। ଏସ୍‌ସିଟିଇ କନ୍‌ଫରେନ୍ସ୍‌ ହଲ୍‌ରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ରେଜଲ୍‌ଟ୍‌ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଏ ବର୍ଷ ଏମ୍‌ବିଏରେ ଟପ୍ପର ହୋଇଛନ୍ତି ପ୍ରଦୀପ କୁମାର କାମ୍ପା, ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ, ଏମ୍‌ଟେକ୍‌ରେ ପ୍ରଦୀପ ବାରିକ, ଏମ୍‌ବିଏରେ ସ୍ୱୀକୃତି ମହାପାତ୍ର, ଏମ୍‌ ଫାର୍ମାରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଏବଂ ବି ଫାର୍ମରେ ସମୀର ପାଢ଼ୀ ଟପ୍ପର ହୋଇଛନ୍ତି।

ଲେଟେରାଲ୍‌ ଏଣ୍ଟ୍ରି ଫାର୍ମାସିରେ ଅମିତ କୋଟାଲ, ଟେକ୍ନୋଲଜିରେ ଶାଶ୍ୱତୀ ମହାନ୍ତି, ବି. ଏସ୍‌ସିରେ ଭବାନୀ ଶଙ୍କର ବେହେରା, ଏମ୍‌, ସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି।

Leave A Reply

Your email address will not be published.