ଭାରତ ହାରିବା ପଛରେ କମଳା ରଙ୍ଗର ଜର୍ସିକୁ ଦାୟୀ କଲେ ମୁଫତୀ

ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫତୀ ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଗତକାଲି ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ମୁଫତୀ ପାକିସ୍ତାନୀ ଟିମ୍ ସେମିଫାଇନାକୁ ଯିବା କଷ୍ଟକର ହୋଇପଡ଼ିବାରୁ ଦଳର ନୂଆ ଜର୍ସିକୁ ପରାଜୟର କାରଣ ବୋଲି କହିଛନ୍ତି।

ଗତକାଲି ଭାରତ ମ୍ୟାଚ ହାରିବା ପରେ ମୁଫ୍ତି ମେହବୁବା ଟ୍ୱିଟ କରି କହିଥିଲେ। ଭାରତ ନୂଆ ଜର୍ସିରେ ପ୍ରଥମ ମ୍ୟାଚ ଖେଳି ଇଂଲଣ୍ଡ ପାଖରୁ ପରାଜୟ ହୋଇଛି। ମ୍ୟାଚ ହାରିବାର କାରଣ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି। କେହି ମୋର ମନ୍ତବ୍ୟକୁ ଅନ୍ଧବିଶ୍ୱାସ ବୋଲି କହିପାରେ କିନ୍ତୁ ଏହା ସତ ନୂଆ ଜର୍ସି ପାଇଁ ଭାରତ ହାରିଛି ବୋଲି ମେହବୁବା କହିଥିଲେ।

ସୂଚନାଯୋଗ୍ୟ ଭାରତ ଇଂଲଣ୍ଡ ପାଖରୁ ହାରିଯିବା ପରେ ପାକିସ୍ତାନ ଟିମ୍ ସେମିଫାଇନାଲକ ୁଯିବା କଷ୍ଟକର ହୋଇପଡ଼ିଛି। କହିବାକୁ ଗଲେ ପାକିସ୍ତାନ ସେମିଫାଇନାଲ ପହଞ୍ଚିପାରିବ ନାହିଁ।

ବିଶ୍ୱକପରେ ଇଂଲଣ୍ଡ ଦଳ ସହ ଭାରତର ଜର୍ସି ସମାନ ରହିଥିବାରୁ ଉଭୟ ଖେଳାଳି ଓ ଦର୍ଶକଙ୍କ ମନରୁ କନଫ୍ୟୁଜନ ଦୂର କରିବା ପାଇଁ ବିସିସିଆଇ ଆଇସିସିକୁ ଜର୍ସି ବଦଳ କରିବ ବୋଲି ଅନୁମତି ମାଗିଥିଲା। ଏହାପରେ ନୂଆ ଜର୍ସିର ଶାମ୍ପୁଲ ପଠାଇ ଅନୁମତି ଆଣିଥିଲା ବିସିସିଆଇ। ଏହାପରେ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି ବ୍ୟବହାର କରିଥିଲା।

ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ୩୩୭ ରନ କରିଥିଲା। ଏହାପରେ ଭାରତ ୫୦ ଓଭରରେ ୩୦୬ ରନ୍ ପରାଜୟ ସ୍ୱୀକାର କରିଥିଲା।

Leave A Reply

Your email address will not be published.