ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  : ଦିନକୁ ଦିନ ତୈଳ ଦର ବଢି ବଢି ଚାଲିଛି। ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି  ୭୫ ଟଙ୍କା ଟପିଲାଣି। ଯାହାକୁ ନେଇ ଖାଉଟିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ତୈଳ ଦର ଭଡିବା ଲାଗି ଗତ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ନଜାତୀୟ କାରଣକୁ ଦାୟୀ କରିଥିଲେ । ହେଲେ ଆଜି ତୈଳଦର କମିବା ନେଇ ରାଜଯ ସରକାର ଟିକସ କମାଇବା ଦରକାର ବୋଲି କହିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ ବୋଲି ଗଣାମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଦାମ୍ କମ କରିବାକୁ ରାଜ୍ୟ ସରକାରଙ୍କୁ ଟିକସ କମାଇବା ପାଇଁ କହିଥିଲୁ । ଆଜି ପୁଣି ଟିକସ୍ କମ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ। ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ ବୋଲି ସେ କହିଛନ୍ତି।

ତୈଳ ଉତ୍ପାଦନକାରୀ କମ୍ପାନୀର ଉତ୍ପାଦନ ହ୍ରାସ ପାଉଛି। ଯାହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ୁଛି। ଏହି କାରଣରୁ ଲଗାତାର ତୈଳ ଦରରେ ବୃଦ୍ଧି ଘଟୁଛି। ତେବେ ଏହାର ସମାଧାନ ପାଇଁ ଭାରତ ସରକାର କିଛି ନା କିଛି ଚିନ୍ତା କରୁଥିବା ଶ୍ରୀ ପ୍ରଧାନ ଗତକାଲି କହିଥିଲେ।

 

Leave A Reply

Your email address will not be published.