ବିଶିଷ୍ଠ ଶିଳ୍ପପତି ବଂଶିଧର ପଣ୍ଡାଙ୍କ ପରୋଲୋକ

ଭୁବନେଶ୍ୱର  :  ଓଡିଆଶାର ବିଶିଷ୍ଠ ଶିଳ୍ପପତି ବଂଶିଧର ପଣ୍ଡାଙ୍କର ଦେହାନ୍ତ ହୋଇଯାଇଛି  । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା  । ମଙ୍ଗଳବାର ଭୁବନେଶ୍ୱର ବାସଭବନରେ ତାଙ୍କ ପରୋଲୋକ ହୋଇଯାଇଛି  । ଡକ୍ଟର ପଣ୍ଡାଙ୍କ ଶେଷକୃତ୍ୟ ଅତ୍ୟନ୍ତ ଶୋକାକୁଳ ପରିବେଶରେ ନିଜ ଜନ୍ମମାଟି ବାରଙ୍ଗ ମଧୁବନରେ ଶେଷ ହୋଇଛି। ତାଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ ଜ୍ୟେଷ୍ଠପୁତ୍ର ତଥା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ ବଂଶୀଧର। ଇମ୍ଫା ଭଳି ବିଶ୍ୱସ୍ତରୀୟ ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା ବଂଶୀଧରଙ୍କ ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ତ୍ୟେଷ୍ଟି ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବଂଶୀଧରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତାଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୫ ଦଶନ୍ଧି ତଳେ ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ଇମ୍ପା ଶିଳ୍ପାନୁଷ୍ଠାନର ଅଧ୍ୟକ୍ଷ ଥିଲେ ବଂଶୀଧର । ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ଭାବେ ତାଙ୍କର ରହିଥିଲା ଉଲ୍ଲେଖନୀୟ ଯୋଗଦାନ । ଆମେରିକାର ଉଚ୍ଚତର ଗବେଷଣା ଓ ବୈଜ୍ଞାନିକ ବୃତିକୁ ଛାଡ଼ି ସେ ୧୯୬୧ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ଥେରୁବାଲିକୁ କର୍ମସ୍ଥଳୀ ରୂପେ ବାଛିଥିଲେ । ସେ କେବଳ ଉଦ୍ୟୋଗୀ ନଥିଲେ, ବରଂ ଥିଲେ ଜଣେ ଦରଦୀ ସମାଜସେବୀ । ବଂଶୀ ଓ ଇଲାପଣ୍ଡା ଫାଉଣ୍ଡେସନ ଗଠନ କରି ସେ ବହୁ ଜନହିତକର କାର୍ଯ୍ୟ ସହିତ ଜଡ଼ିତ ଥିଲେ ।

 

 

 

 

Leave A Reply

Your email address will not be published.