ସପ୍ତମ ଦିନରେ ସୁରକ୍ଷା ଜନଜାଗରଣ ଯାତ୍ରା : ମଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ – ବିଜେଡ

ଭୁବନେଶ୍ୱର : ମହାନଦୀ ସୁରକ୍ଷା ଲାଗି ସଂଗ୍ରାମ ଅବ୍ୟାହତ ରହିବ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମା’, ମାଟି ଓ ମହାନଦୀ ପାଇଁ ଲଢ଼େଇ କରିବାକୁ ଆମ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଅକ୍ଷରେ ଅକ୍ଷରେ ଆମେ ପାଳନ କରୁଛୁ ଓ କରିବୁ । ମହାନଦୀକୁ ଚିରସ୍ରୋତା କରିବା କ୍ଷେତ୍ରରେ ଛତିଶଗଡ଼ ସୃଷ୍ଟି କରିଥିବା ପ୍ରତିବନ୍ଧକ ହଟାଇବା ପାଇଁ ବିଜେଡି କରିଥିବା ମହାସଂଗ୍ରାମ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ôଚଛି । ଆମେ ଆମର ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ ବୋଲି ଆଜି ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରାର ସପ୍ତମ ଦିନରେ ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରାର ସପ୍ତମ ଦିନରେ ଆଜି ଦକ୍ଷିଣ ପାଶ୍ୱର୍ରେ ଯାଉଥିବା ଟିମ୍‍ ଖୋର୍ଦ୍ଧା ଟାଉନ୍‍ରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ବାହାରି ରମେଶ୍ୱର ଛକ, ନିରାକାରପୁର ବଜାରରେ ପହଞ୍ôଚବା ପରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଧାୟକ ଉମାକାନ୍ତ ସାମନନ୍ତରାୟ, ରାଣାପ୍ରତାପ ପାତ୍ର, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଙ୍କିଆ ଗଡ଼ସାହିରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଯୋଗ ଦେଇଥିଲେ । ଏହି ସଭାରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହେଶ୍ୱର ମହାନ୍ତି, ବିଧାୟକ ସଂଜୟ କୁମାର ଦାସବର୍ମା, ରାଜେନ୍ଦ୍ର ସାହୁ, ସମୀର ରଞ୍ଜନ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସୁକଳ ଛକରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ସୁକଳ ଛକରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ବ୍ରହ୍ମଗିରି ଅଭିମୁଖେ ବାହାରିଥିଲେ ଜନଜାଗରଣ ଅଭିଯାତ୍ରୀ । ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଖଜୁରିଆ, ସାତପଡ଼ାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ବ୍ରହ୍ମଗିରିର ଢାବା ଛକରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏହି ମହାନଦୀ ଜଳ ବିବାଦ ନେଇ ହସ୍ତକ୍ଷେପ କରିବାକୁ ଆମେ କହିଥିଲୁ । କିନ୍ତୁ ସେ ମନା କଲେ । ୨୬ ତାରିଖ ଦିନ ସେ କଟକ ଆସୁଛନ୍ତି । କାହିଁକି କଟକ ଆସୁଛନ୍ତି? ଓଡ଼ିଶାକୁ ଏକ ଭୟଙ୍କର ପରିସ୍ଥିତି ମଧ୍ୟକୁ ଠେଲି ଦେବା ପରେ ତାଙ୍କର କଟକ ଗସ୍ତ ନେଇ ପ୍ରଶ୍ନ ହେବା ଉଚିତ୍‍ । ମହାନଦୀ ଆନ୍ଦୋଳନ ବିଜେଡିର ନୁହେଁ, ସମଗ୍ର ରାଜ୍ୟବାସୀଙ୍କର । ବିଜେଡି ସାଢ଼େ ୪ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରୁଥିବାରୁ ଏହି ଦଳ ତା’ର ଦାୟିତ୍ୱ ତୁଲାଇବାକୁ ଯାଇ ମହାସଂଗ୍ରାମ ଚଳାଇଛି । ଏହି ସାଧାରଣ ସଭାରେ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଯୋଗ ଦେଇଥିଲେ । ପରେ ସନ୍ଧ୍ୟା ୬ଟାରେ ପୁରୀ ମଙ୍ଗଳାହାଟ ବ୍ରିଜ୍‍ ଦେଇ ଚନ୍ଦନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଦକ୍ଷିଣ ପାଶ୍ୱର୍ ଟିମ୍‍ । ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଚନ୍ଦନପୁର ଓ ଦାମୋଦରପୁର ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଜି ପୁରୀ ଟାଉନ୍‍ରେ ରାତ୍ର ରହଣୀ ପରେ ଆସନ୍ତାକାଲି ପିପିଲି ଦେଇ ନିମାପଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବ ଦକ୍ଷିଣ ପାଶ୍ୱର୍ ଟିମ୍‍ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦକ୍ଷିଣ ପାଶ୍ୱର୍ର ଟିମ୍‍ରେ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ଉମାକାନ୍ତ ସାମନ୍ତରାୟ, ମନ୍ତ୍ରୀ ପ୍ରଦୀପ ମହାରଥୀ, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ଓ ସାଧାରଣ ସଭାରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ବ୍ରହ୍ମଗିରି ବ୍ଳକ ସଭାପତି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ ।
ସେହିପରି ଆଜି ଶ୍ରୀ ଦେବୀ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମପାଶ୍ୱର୍ ଟିମ୍‍ ଜାରକାରୁ କୁଆଖିଆରେ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଆକାଶଦାସ ନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଣବ କୁମାର ବଳବନ୍ତରାୟ, ରୀତା ତରାଇ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଯାଜପୁର ଟାଉନ୍‍ରେ ରାଲି ପହଞ୍ôଚ ମା’ ବିରାଜାଙ୍କ ପୀଠରେ ସମୂହ ଦୀପଦାନ ସମାପନ ହୋଇଥିଲା । ଏହି ଦୀପଦାନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲା । ଯାଜପୁର ଟାଉନ୍‍ରୁ ଜନଜାଗରଣର ବାମପାଶ୍ୱର୍ ଟିମ୍‍ ବରୀ ମାଉଣ୍ଟ ଓ ବାଲିଆରେ ପହଞ୍ôଚଥିଲା । ସେଠାରେ ବିଧାୟକ ଦେବାଶିଷ ନାୟକଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ବାଲିଚନ୍ଦ୍ରପୁରରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ପରେ ଟିମ୍‍ ମାହାଙ୍ଗା ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମନ୍ତ୍ରୀ ଉଷା ଦେବୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ, ଦେବାଶିଷ ନାୟକ ଉପସ୍ଥିତ ଥିଲେ । ମାହାଙ୍ଗାରୁ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ଜନଜାଗରଣ ଟିମ୍‍କୁ ସାଲେପୁର ଅଭିମୁଖେ ପାଛୋଟି ନିଆଯାଇଥିଲା । ସାଲେପୁରରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ଉଷା ଦେବୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ, ଦେବାଶିଷ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

(ପ୍ରେସ ରିଲିଜ )

Leave A Reply

Your email address will not be published.