ଭୁବନେଶ୍ବର : ୨୬ ତାରିଖରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା କରାଯାଇଛି । ସେପଟେ ତଳ ବାଲିଯାତ୍ରା ପଡିଆରେ ହୋଇଛି ମକଡ୍ରିଲ୍ । ଭୁବନେଶ୍ବର ଓ କଟକରେ ସ୍ବତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥାର ଯାଞ୍ଚ କରିଛି ଏସ୍.ପି.ଜି ଟିମ୍।..
ଆସୁଛନ୍ତି ମେ।ଦି । ୨୬ତାରିଖ ଅପରାହ୍ନ ୩ଟାରେ ସ୍ବତନ୍ତ୍ର ବିମାନ ଯେ।ଗେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହା ପରେ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ କଟକ ଅଭିମୁଖେ ଯାତ୍ରା କରିବେ ।
ତେବେ ମେ।ଦିଙ୍କ ଗସ୍ତ ପୂର୍ବରୁ ବିମାନ ବନ୍ଦରରେ ହେ।ଇଛି ସୁରକ୍ଷା ସମୀକ୍ଷା । ବୈଠକରେ ଏସପିଜି ଅଧିକାରୀ , ପେ।ଲିସ କମିସନର. , ବିମାନବନ୍ଦର ନିର୍ଦେଶକ, ସିଆଇଏସଏଫ ଅଧିକାରୀ, ପ୍ରମୁଖ ଯେ।ଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଭୁବନେଶ୍ବର ପହଞ୍ଚି ଦିଲ୍ଲୀ ଫେରିବା ପର୍ଯ୍ୟନ୍ତ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ଆଲୋଚନା ହେ।ଇଥିଲା । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏସପିଜିଙ୍କ ସହ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିସନର ।
୨୬ରେ କଟକ ଗଡଗଡିଆ ଘାଟସ୍ଥିତ ତଳ ବାଲିଯାତ୍ରା ପଡିଆରେ ଅବତରଣ କରିବ ମେ।ଦିଙ୍କ ହେଲିକେପ୍ଟର । ଏନେଇ ଗୁରୁବାର ମକଡ୍ରିଲ୍ କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ବାଲିଯାତ୍ରା ପଡିଆରେ ଓହ୍ଲାଇଥିଲା । ମକ ଡ୍ରିଲ ବେଳେ ଜିଲ୍ଲାପାଳ, ଡିସିପି, ଦମକଳ ବାହୀନି , ବାୟୁ ସେନାର ଅଧିକାରୀ ଏବଂ ଏସ ପି ଜି ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ କେଉଁଠି ହେଲିପ୍ୟାଡ ହେବ ସ୍ଥିର ହୋଇଯିବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି । କମ୍ ସମୟ ଭିତରେ ତଳ ବାଲିଯାତ୍ରା ପଡିଆକୁ ପ୍ରସ୍ତୁତ କରିବାକୁ ପଡିବ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ଆସିବାର ଅଧଘଣ୍ଟା ଆଗରୁ ତଳ ବାଲିଯାତ୍ରା ପଡିଆର ବିଦ୍ୟୁତ୍ ସଂଯେ।ଗ ବିଛିନ୍ନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ସିକ୍ୟୁରିଟି ପାଇଁ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ, ଆଣ୍ଟି ବମ ସ୍କ୍ବାର୍ଡ, ଡଗ ସ୍କ୍ବାର୍ଡ କାମ ଆରମ୍ଭ କରିଦେଇଛନ୍ତି । ବହେଲିପ୍ୟାଡ ଠାରୁ ୫ଶହ ମିଟର ଦୂରତା ପର୍ଯ୍ୟନ୍ତ ସିକ୍ୟୁରିଟି ଜୋନ ଘୋଷଣା କରାଯାଇଛି । ତେବେ ଯଦି ଶନିବାର ବର୍ଷାର ସମ୍ଭାବନା ଦେଖାଦିଏ ତେବେ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ କାରରେ ଯିବାକୁ ପଡିବ । ସେଥିପାଇଁ ମଧ୍ୟ କମିସନରେଟ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।
