ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଶେଷ : କେନ୍ଦ୍ରଉପରେ ବର୍ଷିଲେ ନବୀନ

ପାରାଦ୍ବୀପ : ଶେଷ ହେଲା ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ। ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେପି ​‌ନେତା ମହାନଦୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଟାର୍ଗେଟ୍ କରିଛନ୍ତି । ରାଜ୍ୟ ବିଜେପି ନେତା  ଛତିଶଗଡକୁ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାର ଜବାବ ରଖି ବିଜେପି କହିଛି, ବିଜେଡି ମହାନଦୀଙ୍କୁ ନେଇ ଦୋମୁହାଁ ନୀତି ଆପଣେଇଛି । କଂଗ୍ରେସ କହିଛି ରାଜନୀତି କରୁଛନ୍ତି ରାଜ୍ୟ ସରକାର ।ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ପାରାଦୀପରେ ଶେଷ ହୋଇଛି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ଉଦଯାପନୀ  ଉତ୍ସବରେ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଥିଲା ପ୍ରସଙ୍ଗ ଆଉ ଟାର୍ଗେଟ ଥିଲା ବିଜେପି । ମହାନଦୀ ଅଭିଯାନ ରାଜନୈତିକ ଆନ୍ଦୋଳନ ନୁହେଁ, ବରଂ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ ଅଛନ୍ତି । କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ ଛତିଶଗଡ କାମ ବନ୍ଦ କରାଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ରାଜ୍ୟ ବିଜେପି ନେତା ଛତିଶଗଡକୁ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଏବଂ ରାଜ୍ୟ ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ମହାନଦୀ ନେଇ ରାଜ୍ୟସରକାର ଦୋମୁହାଁ ନୀତି ଆପଣାଇଛନ୍ତି। ନବୀନ ବିଜେଡି ସୁପ୍ରିମୋ ହିସାବରେ ଗୋଟେ କଥା ମୁଖ୍ୟମନ୍ତ୍ରୀ ଭାବରେ ଆଉ ଗୋଟେ କଥା କହୁଥିବା ବିଜେପି ଅଭିଯୋଗ କରିଛି । ପିସିସି ସଭାପତି ମଧ୍ୟ କହିଛନ୍ତି ମହାନଦୀକୁ ନେଇ ରାଜନୀତି ଚାଲିଛି।

ମେ ୧୬ ତାରିଖରୁ ଓଡିଶାରେ ମହାନଦୀର ପ୍ରବେଶସ୍ଥଳ ଝାରସୁଗୁଡା ସୁଖାସୋଡାରୁ ଆରମ୍ଭ ହୋଇଥିଲା ମହାନଦୀ ସୁରକ୍ଷା ଅଭିଯାନ । ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ମହାନଦୀର ଅନ୍ତିମ ସ୍ଥଳ ପାରାଦୀପରେ ସରିଛି ଅଭିଯାନ । ୧୦ ଦିନ ଧରି ଚାଲିଥିବା ଅଭିଯାନରେ ୧୫ ଜିଲ୍ଲାର ଲୋକଙ୍କୁ ସାମିଲ କରିଥିଲା ବିଜେଡି ।

 

Leave A Reply

Your email address will not be published.