ତେଲ ଦର ବୃଦ୍ଧି ପ୍ରତିବାଦ : ରାଜଭବନ ଆଗରେ ବିଜେଡିର ଧାରଣା, ଆହୁରି ୨ ଦିନ ପ୍ରତି ବ୍ଲକରେ ଆନ୍ଦୋଳନ

ଭୁବନେଶ୍ବର : ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ରାଜଭବନ ଆଗରେ ଧାରଣା ଦେଇଛି ଦଳ । ଉତ୍ପାଦ ଶୁଳ୍କ ଛାଡ଼ କରିବା ଦାବିରେ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି । ତେବେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଆଲୋଚନା ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ କଂଗ୍ରେସ କହୁଛି, ନାଟକ କରୁଛି ବିଜେଡି ।

ଜୋର ଧରିଲା ତେଲ ରାଜନୀତି । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୭ ପଇସା ଥିବା ବେଳେ ଡିଜେଲ୍ ରହିଛି ୭୪ ଟଙ୍କା୧୫ ପଇସା । ତେଲ ଦରରେ ଏଭଳି ହୁ ହୁ ବୃଦ୍ଧିକୁ ଦେଖି ବିଜେଡି, କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ରାସ୍ତାକୁ ଓହ୍ଲାଇଛି । ରାଜଭବନ ଆଗରେ ଧାରଣା ଦେବା ସହ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି ଦଳ । ବିଜେଡିର କହିବା କଥା, ୨୦୧୪ରୁ ଆଜି ପର୍ଯ୍ୟନ୍ତ, କେନ୍ଦ୍ର ସରକାର ୯ଥର ଉତ୍ପାଦ ଶଳ୍କ ବଢ଼ାଇଛନ୍ତି । ତେଲ ଦର ବୃଦ୍ଧି ଯୋଗୁ ଦାରଦାମ ମଧ୍ୟ ଆକାଶ ଛୁଆଁ ହେଲାଣି । ତେଣୁ ତୁରନ୍ତ ଉତ୍ପାଦ ଶୁଳ୍କ କମାଇବାକୁ ଦାବି କରିଛି ବିଜେଡି ।

ବିଜେଡିର ଏଭଳି ଆନ୍ଦୋଳନକୁ କଟାକ୍ଷ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରାଲ ଓ ଡିଜେଲକୁ ଜିଏସଟି ପରସର ଭୁକ୍ତ କରିବାକୁ ଆଲୋଚନା​‌ ଜାରି ରହିଥିବା କହିଛନ୍ତି ସେ । ସେପଟେ ବିଜେଡିର ଧାରଣା ଓ ବିକ୍ଷୋଭକୁ ନାଟକ ବୋଲି କହିଛି କଂଗ୍ରେସ ।  ତେଲ ଦର ବୃଦ୍ଧି ପ୍ରତିବାଦରେ ଆହୁରି ୨ ଦିନ ପ୍ରତି ବ୍ଲକରେ ଆନ୍ଦୋଳନ ବିଜେଡି ।

Leave A Reply

Your email address will not be published.