ରାଜଧାନୀରୁ ୨୫୦ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର:ରାଜ୍ୟରେ ବେଧଡ଼କ ଚାଲିଛି ବ୍ରାଉନସୁଗାର ଭଳି ନିଶା କାରବାର । ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି । ଆଜି ପୋଲିସ ଜାଲରେ କୁଖ୍ୟାତ ବ୍ରାଉନସୁଗାର ଡିଲର ଧରାପଡ଼ିବା ସହ ୨୫୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ରାଜଧାନୀର ବିଭିନ୍ନ ଅଂଚଳ ବ୍ରାଉନସୁଗାର ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଆଜି କମିଶନରେଟ ପୋଲିସ କୈାଣସି ସୂତ୍ରରୁ ଖବର ପାଇ କୁଖ୍ୟାତ ବ୍ରାଉନସୁଗାର ଡିଲର ଆଡ୍ଡାରେ ଚଢାଉ କରିଥିଲା । ଏହାପରେ ସେଠାରୁ ୨୫୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଡିଲରକୁ ଗିରଫ କରିଛି ପୋଲିସ । ଏହି ବ୍ରାଉନସୁଗାର ଡିଲର ବିଭିନ୍ନ ଏଜେଣ୍ଟଙ୍କୁ ବ୍ରାଉନସୁଗାର ସପ୍ଲାଏ କରି ବିକ୍ରି କରିବା ପାଇଁ କହୁଥିବା ଜଣାପଡ଼ିଛି । ଜବତ ହୋଇଥିବା ୨୫୦ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.