ଖୁବ ଶୀଘ୍ର ରେଳବାଇର ନୂଆ କ୍ୟାଟରିଙ୍ଗ ନୀତି, ୫୦ ଟଙ୍କାରେ ମିଳିବ ଭୋଜନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଖୁବ ଶୀଘ୍ର ନୂଆ କ୍ୟାଟରିଙ୍ଗ ନୀତି ଆଣିବାକୁ ଯାଉଛି । ନୂଆଁ କ୍ୟାଟରିଂ ନୀତିରେ ବର୍ତ୍ତମାନ ଟ୍ରେନରେ ଯେଉଁ ଭୋଜନ ଦିଆଯାଉଛି, ଏଥିରେ କିଛି ପରିବର୍ତ୍ତନ ହେବ । ନୂଆଁ କ୍ୟାଟରିଙ୍ଗ ନୀତିରେ ଅଧକ କମ୍ବୋ ମିଲ୍ସକୁ ସାମିଲ କରାଯିବ । ମ୍ୟାନୁରେ ପରିବର୍ତ୍ତନ ସହ ରାଜମା-ଭାତ, ଡାଲି-ଭାତ, ୪ ରୋଟି-ତରକାରୀ ସାମିଲ କରାଯିବ । ଏଥି ସହିତ ନୂତନ କ୍ୟାଟରିଙ୍ଗ ନୀତିରେ ସ୍ଥାନୀୟ ଭୋଜନକୁ ଗୁରୁତ୍ୱ ଦିଆଯିବ । ନୂତନ ନୀତି ଡିସେମ୍ବରରୁ ଲାଗୁ ହେବ ।

ରେଳବାଇ ନୂତନ କ୍ୟାଟରିଙ୍ଗ ନୀତିରେ ୫୦ ଟଙ୍କାରେ ଭଲ ଭୋଜନ ଦେବାକୁ ଗୁରୁତ୍ୱ ଦେଇଛି । ରେଳବାଇର ସିଧା ସଳଖ ଫୋକସ ଇ-କ୍ୟାଟରିଙ୍ଗ ଏବଂ ଫୁଡ ଅନ ଅର୍ଡର ଉପରେ ରହିଛି । ରେଳବାଇ ଇ-କ୍ୟାଟରିଙ୍ଗର ସଂପ୍ରସାରଣ ଦିଗରେ ଅଗ୍ରସର ହେଉଛି, ଯେଉଁଥିରେ ଡୋମିନୋଜ ସହିତ ବୁଝାମଣା କରିବାର ଅଛି । ପାଖାପାଖି ପ୍ରତ୍ୟେକ ଷ୍ଟେସନରେ ପ୍ରତି ଟ୍ରେନରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ।

ରେଳବାଇ ବର୍ତ୍ତମାନ ଦିଆଯାଉଥିବା ଖାଦ୍ୟରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଲୋକଙ୍କର ଟଙ୍କା ଅନୁସାରେ ଖାଦ୍ୟ ଦେବାକୁ ଯୋଜନା କରୁଛି । କାରଣ ଯାତ୍ରୀ ଠିକ ଭାବେ ଭୋଜନ ପାଇପାରିବା ଦରକାର । ଯଦି ଆପଣ ରେଳବାଇର ଖାଦ୍ୟ ପସନ୍ଦ କରୁ ନାହାନ୍ତି, ତା’ହେଲେ ଇ-କ୍ୟାଟରିଙ୍ଗ ସୁବିଧା ନେଇପାରିବେ । ରେଳବାଇ ଇ-କ୍ୟାଟରିଙ୍ଗକୁ ଖୁବ ଶୀଘ୍ର ଅନ୍ୟ ଟ୍ରେନ ଗୁଡ଼ିକରେ ମଧ୍ୟ ସାମିଲ କରିବାକୁ ଯାଉଛି ।

Leave A Reply

Your email address will not be published.