ଭୁବନେଶ୍ବର : ତିନି ବର୍ଷ ପରେ ପୁଣି ଉଠିଲା ବିଧାନପରିଷଦ ପ୍ରସଙ୍ଗ । ବିଧାନ ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ ପାଇଁ ଏସଂପର୍କୀତ କମିଟି ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ । ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ରେ ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ଆସିଛି । ଅନୁଧ୍ୟାନ ଲାଗି ଏକ ସର୍ବଦଳୀୟ କମିଟି ଗଠନ କରିଥିଲେ ସରକାର । ଏହି ୫ଜଣିଆ କମିଟି କଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରିସାରିଛନ୍ତି । ଏବେ ଆଉ ଦୁଇଟି ରାଜ୍ୟ ଗସ୍ତ କରି ବିଧାନ ପରିଷଦ ଗଠନ ପକ୍ରିୟା ଅନୁଧ୍ୟାନ କରି କମିଟି ସରକାରଙ୍କୁ ରିପୋର୍ଟ ଦେବେ । ତେବେ ୩ ବର୍ଷ ନିରବତା ପରେ ପୁଣି ଥରେ ସରକାର ବିଧାନ ପରିଷଦ କଥା ଉଠାଇବାକୁ କେବଳ ଶାସକ ଦଳର ଥଇଥାନ ବୋଲି କହିଛନ୍ତି ବିରୋଧୀ ।
ପୁଣି ବିଧାନପରିଷଦ ଥୋପ । ତିନି ବର୍ଷ ପରେ ବିଧାନ ପରିଷଦ କଥା ପୁଣି ଉଠାଇଲେ ରାଜ୍ୟ ସରକାର । ବିଧାନ ପରିଷଦ ଗଠନ ପ୍ରକ୍ରିୟା ଓ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ ଲାଗି ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ଅନୁଧ୍ୟାନ କମିଟି । କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ରେ ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ବିଧାନ ପରିଷଦ ଗଠନ ଅନୁଧ୍ୟାନ ଲାଗି ଏକ ସର୍ବଦଳୀୟ କମିଟି ଗଠନ ହୋଇଛି । ଏହି କମିଟି କଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରିସାରିଛନ୍ତି । ହେଲେ ଏହି ଦୁଇ ରାଜ୍ୟରେ ବିଧାନସଭା ଆଗରୁ ବିଧାନ ପରିଷଦ ଥିଲା । ତେଣୁ ଏବେ ଆଗ ବିଧାନସଭା ଥାଇ ପରେ ବିଧାନ ପରିଷଦ ଗଠନ ହୋଇଥିବା ବିହାର ଓ ଆନ୍ଦ୍ର ଗସ୍ତ କରିବ ଟିମ । ରାଜ୍ୟ ସରକାର ବିଧାନ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଇଥିବାରୁ କମିଟି ଖୁବ ଶିଘ୍ର ଦୁଇ ଦୁଇ ରାଜ୍ୟ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେବ ।
ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଧାନ ପରିଷଦ ଗଠନର ବ୍ୟବସ୍ଥା ଥିବା ବେଳେ , କିଛି ରାଜ୍ୟରେ ବିଧାନପରିଷଦ ରହିଛି । ଓଡିଶାର ବିଧାନସଭା ସଦସ୍ୟତା ଅନୁସାରେ ବିଧାନ ପରିଷଦରେ ୪୯ ସଦସ୍ୟ ରହିପାରିବେ । ତେବେ ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ରେ ବିଧାୟକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି ସରକାର । କମିଟିରେ ବିଜେଡି,କଂଗ୍ରେସ ଓ ବିଜେପି ସଦସ୍ୟ ଅଛନ୍ତି । ବିଧାୟୀକା ପ୍ରମିଳା ମଲ୍ଲିକ,ଭୂଜବଳ ମାଝି, ମନୋହର ରନ୍ଧାରୀ, ନୀତିଶ ଗଙ୍ଗଦେବ ପ୍ରମୂଖ ସଦସ୍ୟ ଅଛନ୍ତି । ୨୦୧୫ରେ କଥା ଉଠାଇ ସରକାର ଚୁପ ରହିଥିଲେ । ଏବେ ତିନି ବର୍ଷ ପରେ ବିଧାନ ପରିଷଦ କଥା ଉଠିବା ଘଟଣାକୁ ବିରୋଧୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଶାସକ ଦଳରେ ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ ରୋକିବା ଲାଗି ସରକାର ପରିଷଦକୁ ଥଇଥାନ କେନ୍ଦ୍ର କରିବାକୁ ତତ୍ପରତା ଦେଖାଉଥିବା କଥା କହିଛନ୍ତି ମୁଖ୍ୟ ସଚେତକ କଂଗ୍ରେସ ତାରାପ୍ରସାଦ ବାହିନିପତି ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ।
ବିଧାନ ପରିଷଦକୁ ନେଇ ଆରମ୍ଭରୁ ବିବାଦ ଆରମ୍ଭ ହୋଇଛି । ସରକାର ଗଢିଥିବା ସର୍ବଦଳୀୟ ୫ ଜଣିଆ କମିଟିର ଗସ୍ତକୁ ଆରମ୍ଭରୁ ବଏକଟ କରିଆସୁଷଛନ୍ତି ବିରୋଧୀ । ତେବେ ଏଥର ଗସ୍ତରେ ବିଜେପି ସାମିଲ ହେଉଛି କି ନାହିଁ ଓ କମିଟି ଗସ୍ତ ରିପୋର୍ଟ କେବେ ଦେବ ଓ ସରକାର ତା ଉପରେ କି ପଦକ୍ଷେପ ନେବେ ।
