କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଧାୟକ ପ୍ରକାଶ ବେହେରାଙ୍କ ଇସ୍ତଫା

ଭୁବନେଶ୍ୱର: କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେବା ସହ ସେ ତାଙ୍କ ବ୍ୟକ୍ତିଗତ କାରଣ ଲାଗି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେବାକୁ ଚାହୁଁଥିବାରୁ ଏପରି ନିଷ୍ପତି ନେଉଛନ୍ତି ଓ ଇସ୍ତଫା ପତ୍ର ଗ୍ରହଣ କରିବାକୁ ପିସିସି ସଭାପତିଙ୍କୁ ଲେଖିଛନ୍ତି ।
ସେପଟେ ପିସସିି ସଭାପତି ଏହା ଉପରେ ପତିକ୍ରିୟା ରଖି କହିଛନ୍ତି ,ପ୍ରକାଶଙ୍କ ସହ ଇସ୍ତଫା ଦେବା ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଯେଉଁ ନେତାମାନଙ୍କ ନିର୍ବାଚନ ଲଢିବାକୁ ଇଛା ନଥିବ ଓ ଦଳ ପାଇଁ କାମ କରିବାର ଇଛା ଥିବ ସେଇ ଭଳି ନେତାଙ୍କୁ ଜିଲ୍ଲା ସଭାପତି କରାଯିବ । କଂଗ୍ରେସର ସବୁ ବିଧାୟକ ନିର୍ବାଚନରେ ଟିକେଟ ପାଆନ୍ତି । ତେଣୁ ସେମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଂଗଠନ ଦୃଢ କରିବାକୁ କୁହାଯାିଛି । ସେହିପରି ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଇସ୍ତଫା ଦେିଥିବାରୁ ପ୍ରକାଶ ବେହେରାଙ୍କୁ ଧନ୍ୟବାଦ ଦେଉଛି । ସେ ଇସ୍ତଫା ଦେଇ ନୂତନ ପିଢିଙ୍କୁ ଆଗକୁ ଆସିବାକୁ ସୁଯୋଗ ଦେୁଛନ୍ତି । ଅନ୍ୟ ଏମଏଳଏ ମାନଙ୍କୁ ମଧ୍ୟ ଅପିଲ କରୁଛି ଯେଉଁ ମାନେ ଦୁଇ ତିନୋଟି ପଦରେ ଅଛନ୍ତି ସେମାନେ ମଧ୍ୟ ଇସ୍ତଫା ଦିଅନ୍ତୁୁ । ଦଳର ସଂଗଠନ ପୁନଗଠନ ଚାଲିଛି ,ନୂଆ ଯୁବ ପିଢିଙ୍କୁ ସୁଯୋଗ ଦିଆଯିବ ।
ଇସ୍ତଫା ଦେବା ସଂପର୍କରେ ପ୍ରକାଶଙ୍କ ସହ ଆଲୋଚନା ହୋଇଛି-ପିସିସି ସଭାପତି

Leave A Reply

Your email address will not be published.