୩ ଓଡ଼ିଆ ଆଇଏଏସଙ୍କୁ କେନ୍ଦ୍ର ସଚିବ ପାହ୍ୟା

ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଆ ଆଇଏଏସଙ୍କ କୃତିତ୍ତ୍ବ । ୭୩ ଜଣ ଆଇଏଏସ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସଚିବ, ଅତିରିକ୍ତ ସଚିବ ଓ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଓଡିଆ।

ଉତ୍ତରପ୍ରଦେଶ କ୍ୟାଡରର ଦେବାଶିଷ ପଣ୍ଡା ଯିଏ କି ଜଣେ ଦକ୍ଷ ଅଫିସର ଭାବରେ ନିଜକୁ ପ୍ରମାଣିତ କରିଛନ୍ତି ତାଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିଭଳି ବିମ୍ବାଧର ପଣ୍ଡାଙ୍କୁ ମଧ୍ୟ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟ ଦୁଇ ଅଫିସର ରାଜେଶ ବର୍ମା ଓ ତୁହିନୀକାନ୍ତ ପାଣ୍ଡେଙ୍କୁ ମଧ୍ୟ ମିଳିଛି ସଚିବ ପାହ୍ୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ କାର‌୍ୟ୍ୟ କରିଥିବା ରାଜେଶ ବର୍ମା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସଚିବ ତାଲିକାରେ ରହିଥିବା ବେଳେ ଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ କାର‌୍ୟ୍ୟ କରୁଥିବା ତୁହିନୀକାନ୍ତ ପାଣ୍ଡେ ଓଡ଼ିଶାରେ ଅର୍ଥ ସଚିବ ଭାବରେ କାମ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କୃଷି ସଚିବ ସୌରଭ ଗର୍ଗ, ମହିଳା ଓ ଶିଶୁ କଲ୍ୟାଣ ପ୍ରମୁଖ ସଚିବ ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟା ମିଳିଛି।

Leave A Reply

Your email address will not be published.