ନୂଆଦିଲ୍ଲୀ : ପୂର୍ବରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ନିରୁପମ୍ ସେନ୍ଙ୍କର ଏଠାରେ ପରଲୋକ ଘଟିଛି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ୨୦୦୪ ସେପ୍ଟେମ୍ବରରୁ ୨୦୦୯ ମାର୍ଚ୍ଚ ପର୍ଯ୍ୟନ୍ତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିଲେ । ସେ ଶ୍ରୀଲଙ୍କା, ବୁଲ୍ଗାରିଆ ଓ ନରୱେରେ ଭାରତର ରାଷ୍ଟ୍ରଦୂତ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି ।
