ବିଜେପୁର ଉପନିର୍ବାଚନ: ମତଦାନ ଶେଷ, ୨୪ରେ ଫଳାଫଳ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଉପନିର୍ବାଚନରେ ୭୮.୯୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି।

ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ। ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ। ଭୋଟ ଗଣତି ଅକ୍ଟୋବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ।

Leave A Reply

Your email address will not be published.