ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର  : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଏବଂ ଦାନ ସୂତ୍ରରେ ପାଇଥିବା ଅଳଙ୍କାରର ଦୂରୁପଯୋଗ କରିବା ଆଦି ଅଭିଯୋଗ କରି ଗତ ବୁଧବାର ଦିନ ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ସିଂହଦ୍ୱାର ଥାନାରେ ଏତଲା ଦାୟର କରିଥିଲେ । ଦୀର୍ଘ ୪ ଘଂଟାର ଅପେକ୍ଷା ପରେ ଥାନା ଅଧିକାରୀ ଏତଲା ରଖିଥିଲେ ମଧ୍ୟ ତୃତୀୟମହଲା ଚାପରେ କେସ୍ ରେଜିଷ୍ଟର କରିନଥିଲେ । ଏପର୍ଯ୍ୟନ୍ତ ମଧ୍ୟ ପୋଲିସ କେସ୍ ରେଜିଷ୍ଟ୍ରର କରିନଥିବାରୁ ଆଜି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସମସ୍ତ ଘଟଣା ସଂପର୍କରେ ଅବଗତ କରାଇବା ସହ କେସ୍ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ୮୦ କୋଟି ହିନ୍ଦୁଙ୍କ ଭାବାବେଗକୁ କୁଠାର ଘାତ କରିଛି । ରାଜ୍ୟସରକାର ନିଜର ଅପରାଧୀକ ଷଡଯନ୍ତ୍ରକୁ ଚପାଇଦେବା ପାଇଁ ଅପଚେଷ୍ଟା କରୁଛନ୍ତି । ଭାରତୀୟ ପିଙ୍ଗଲ କୋର୍ଡର ୨୯୫(କ)ଅନୁଯାୟୀ ଏହା ଏକ ଧର୍ତବ୍ୟ ଅପରାଧ । ଆଇପିସିର ୨୯୫ (କ), ୪୦୬, ୪୦୯, ଧାରା ସହ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୧୨୦(ଖ)ରେ ମକୋଦ୍ଦମା କରିବା ପାଇଁ ଏତଲା ଦାୟର ହୋଇଥିଲା । ଏହି ଘଟଣାରେ ସଂପୃକ୍ତି ଥିବା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ କମିଟିର ସଦସ୍ୟ ଏବଂ ରତ୍ନଭଣ୍ଡାର ସବକମିଟିର ସଦସ୍ୟଙ୍କ ବିରୁଦ୍ଧରେ ତୁରନ୍ତ ଆଇନତଃ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ସିଂହ ଦ୍ୱାରା ଥାନା ଅଧିକାରୀ କେବଳ ମନ୍ଦିର ପ୍ରଶାସନ ନାଁରେ ଏତଲା ଦେଲେ ରଖିବେ ବୋଲି କହି କେସ୍ ରୁଜୁ କରିନଥିଲେ ।
ପୋଲିସ ମହାନିର୍ଦ୍ଦେଶକ ସିଆରପିସିର ଧାରା ୩୬ ଅନୁଯାୟୀ କ୍ଷମତା ପ୍ରୟୋଗ କରି କେନ୍ଦ୍ରାଚଂଳ ଆଇଜିଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିସହ ସିଂହଦ୍ୱାରା ଥାନାକୁ ମକୋଦ୍ଦମା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଡିଜି ପ୍ରତିଶୃତି ଦେଇଛନ୍ତି ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଏହି ଉଚ୍ଚସ୍ତରୀୟ ପ୍ରତିନିଧୀଦଳରେ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର , କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଂଆ, ଛବି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.