ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପାଠ କରି ସେ କହିଲେ ଏ ରାୟ ସର୍ବସମ୍ମତ।

ସେ କହିଲେ, ଆଇନ ରାଜନୀତି, ଧର୍ମ ଓ ବିଶ୍ୱାସରୁ ପୃଥକ୍‌ ହୋଇ ଊର୍ଦ୍ଧ୍ୱରେ ରହିବ। ସମସ୍ତ ଧର୍ମବିଶ୍ୱସକୁ ନିରାପତ୍ତା ଦେବା ନିମନ୍ତେ ରାଷ୍ଟ୍ର ଦେଇଥିବା ପ୍ରତିଶ୍ରୁତିକୁ ଧର୍ମ ନିରପେକ୍ଷ ଅନୁଷ୍ଠାନ ହିସାବରେ ଅଦାଲତ ସମସ୍ତ ବିଶ୍ୱାସ ଏବଂ ଧର୍ମ ଏବଂ ଉପାସନା ସ୍ଥଳ ଆଇନକୁ ବଜାୟ ରଖିବ।

ଏହି ଜମି ମାଲିକାନା ଲାଗି ନିର୍ମୋହି ଆକାହାରା ଉଠାଇ ଥିବା ଦାବିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏହି ମାମଲାରେ ପ୍ରଧାନ ବିଚାରପତି ଅଧଘଣ୍ଟାଏ ଯାଏଁ ଶୁଣାଣି କରିବେ। ଆଜି ୭୦ ବର୍ଷର ପୁରାତନ ରାମ ଜନ୍ମଭୂମି ଓ ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦ ମାମଲାର ରାୟ ଶୁଣାଣି ଆରମ୍ଭ ହୋଇଛି।


Leave A Reply

Your email address will not be published.