୧୦୮ ଗରାରେ ଗାଧୋଇବେ ଶ୍ରୀଜୀଉ,ଜଗାକୁ ହେବ ଜ୍ୱର,୧୪ ଦିନ ଅଣସରଘରେ ଚାଲିବ ଚିକିତ୍ସା

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ବିଧି ମୁତାବକ କାଳିଆ ଠାକୁର ୩୫, ବଡ଼ ଠାକରୁ ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ବର୍ତ୍ତମାନ ଶ୍ରୀଜିଉ ଧାଡ଼ି ପହଣ୍ଡି ମଣ୍ଡପକୁ ବିଜେ କରିଛନ୍ତି।ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ପରେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ଯାଏଁ ସାହାଣମେଲା ଦର୍ଶନ ହେବ। ଦିବ୍ୟସ୍ନାନ ସାରିବା ପରେ ଶ୍ରୀଜୀୟୁଙ୍କୁ ସଂଧ୍ୟାରେ ଜ୍ୱର ଆସିବ  । ଅଣସର ଘରକୁ ବିଜେ କରିବେ ତିନିଠାକୁର  । ୧୪ ଦିନ ଅଣସରଘରେ ରହି ଚାଲିବ ଚିକିତ୍ସା,ତା ପରେ ରଥଯାତ୍ରା ପୂର୍ବଦିନ ନବଯଉବନ ଦର୍ଶନ ଦେବେ ମହାବାହୁ  ।

ଶୃଙ୍ଖଳିତ ଭାବରେ ନୀତି ପାଳନ ହେବା ସହ ଭକ୍ତଙ୍କ ଦେବଦର୍ଶନ ପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀରେ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

Leave A Reply

Your email address will not be published.