ମହାବଳର ତ୍ରୀକୋଣୀୟ ପ୍ରେମକାହାଣୀ:  ବାନ୍ଧବଗଡରୁ ଆସିଲା ବାନ୍ଧବୀ, ସାତକୋଶିଆ ବାଘୁଣୀର କଣ ହେବ ଭାଗ୍ୟ,କାହାକୁ ଆଦରିବ କାହ୍ନା

ଭୁବନେଶ୍ୱର : ଦ୍ବିତୀୟ ପର୍ଯ୍ୟାୟରେ ସାତକୋଶିଆ ଅଭୟ୍ୟାରଣ୍ୟକୁ ଆସିଲା ବାଘୁଣୀ । ମଧ୍ୟପ୍ରଦେଶର ବାନ୍ଧବଗଡ ଜାତୀୟ ଅଭୟାରଣ୍ୟରୁ କାହ୍ନାର ବାନ୍ଧବୀକୁ ଅଣାଯାଇଛି । ବାଘୁଣୀଟିକୁ ବନ ବିଭାଗ କର୍ମଚାରୀମାନେ ସ୍ବତନ୍ତ୍ର ଗାଡିରେ ଧରି ପହଁଛିଛନ୍ତି । ପର୍ଯ୍ୟାୟ କ୍ରମେ ଆଉ ୪ ଟି ବାଘ ସାତକୋଶିଆ ଆସିବେ ।

କାହ୍ନା ପାଇଁ ଆସିଲା ସାଥୀ । ବାନ୍ଧବଗଡରୁ ଆସିଲା ବାନ୍ଧବୀ । କାହ୍ନା ପ୍ରେମ କାହାଣୀରେ ଏବେ ନୂଆ ଟ୍ବିଷ୍ଟ । କାହ୍ନାକୁ ଭଲ ପାଇ ବସିଥିବା ଓଡ଼ିଆ ବାଘୁଣୀ ଏବେ କଣ କରିବ । ଗତ କିଛି ଦିନ ଧରି କାହ୍ନାକୁ ନେଇ କେତେକଣ କଥା ଭାବିନେଇଥିଲା। ଏକା ଏକା ଏଡ଼େବଡ଼ ଜଙ୍ଗଲରେ ବୁଲି ବୁଲେ ଏତେଦିନରେ ସାଥୀଟିଏ ପାଇଥିଲା । ଏବେ କାହାଣୀରେ ଟ୍ବିଷ୍ଟ। ସାତକୋଶିଆ ଅଭୟାରଣ୍ୟରକୁ ଆସିଥିବା ମଧ୍ୟପ୍ରଦେଶ ମହାବାଳ ବାଘ କାହ୍ନା ପାଇଁ ସାଥୀ ଅଣାଯାଇଛି । କାହ୍ନାକୁ ଭଲ ପାଇ ବସିଥିବା ଓଡିଆ ବାଘୁଣୀ ଏହାକୁ ସହ୍ୟ କରିପାରିବ ତ ?  କାହ୍ନା ସିନା ଏବେ ସ୍ବତନ୍ତ୍ର ଏନକ୍ଲୋଜରରେ ରହିଛି । ହେଲେ ଏନ୍‌କ୍ଲୋଜରେ ବାହାରକୁ ଆସିଲେ କାହ୍ନା କାହାକୁ କରିବ ତାର ସାଥୀ । ବନ ବିଭାଗ କହୁଛି କାହ୍ନା ରହୁଥିବା ସ୍ବତନ୍ତ୍ର ଏନକ୍ଲୋଜର ପାଖରେ ନୂଆ ବାଘୁଣୀକୁ ରଖାଯିବ ।

ସେପଟେ ସାତକୋଶିଆ ଅଭୟାରଣ୍ୟର ପରିବେଶ ସହ ଧିରେଧିରେ କାହ୍ନା ମିଶି ଗଲାଣି । ଖୁବ୍ ଶୀଘ୍ର ତାକୁ ଅଭୟାରଣ୍ୟରେ ଛାଡ଼ି ଦିଆଯିବ । ମଧ୍ୟପ୍ରଦେଶର ମହାବଳ କାହ୍ନା ଓ ଓଡ଼ିଆ ବାଘୁଣୀର ଲଭ୍‌ ଷ୍ଟୋରୀରେ ବାନ୍ଧବଗଡର ବାଘୁଣୀ ପଶିବାକୁ ଥିବାରୁ କାହ୍ନା କାହାକୁ କରିବ ତାର ସାଥୀ?  କାହ୍ନା ରାଧାର ହେବ ନା  ମୀରାର ?

Leave A Reply

Your email address will not be published.