ଉନ୍ନାଓ ଦୁଷ୍କର୍ମ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗର

ଲକ୍ଷେ୍ନø: ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏହି ମାମଲାର ଦଣ୍ଡ ଶୁଣାଣି ୧୯ରେ କରାଯିବ ବୋଲି ସୂଚନା ମିଳିଛି ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଅଗଷ୍ଟ ୫ ତାରିଖରୁ ନିୟମିତ ଭାବେ ସେନ୍‌ଗରଙ୍କ ମାମଲାର ଶୁଣାଣି କରି ଆସୁଥିଲେ। ଅଦାଲତ ମାମଲାର ବିଚାର କରି ତାଙ୍କୁ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ଦଣ୍ଡ ଶୁଣାଣି ଡିସେମ୍ବର ୧୯ରେ କରାଯିବ ବୋଲି ଅଦାଲତ ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ଅଦାଲତ ଉତରପ୍ରଦେଶ ର ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗରଙ୍କ ବିରୋଧରେ  ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ । ରାୟ ୧୬ ତାରିଖରେ ଘୋଷଣା ହେବ ବୋଲି ଅଦାଲତ ପକ୍ଷରୁ କୁହାଯାଇଥିଲା।

ଉନ୍ନାଓର ବାଂଗରମଉ ବିଧାୟକ କୁଲ୍‌ଦୀପ ସେଙ୍ଗର ଓ ତାଙ୍କର କେତେକ ସହଯୋଗୀ ୪ ଜୁନ୍‌ ୨୦୧୭ରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ପୀଡ଼ିତା ନାବାଳିକା ଥିଲେ। ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହ ବିରୋଧରେ ମଧ୍ୟ ଚାର୍ଜ ଫ୍ରେମ୍‌ ହୋଇଛି।

୨୦୧୯ ଜୁଲାଇ ୨୯ରେ ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ଉନ୍ନାଓରୁ ରାୟବରେଲି ଅଭିମୁଖେ ଯାତ୍ରା କରୁଥିଲେ। ସେଠାରେ ଜେଲ୍‌ରେ ଥିବା ଜଣେ ସଂପର୍କୀୟଙ୍କୁ ଭେଟିବା ପାଇଁ ସେମାନେ ଯାଉଥିଲେ। ଫତେହପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଧକ୍କାରେ ପୀଡ଼ିତାଙ୍କ କାର୍‌ ଚୁର୍‌ମାର ହୋଇଯାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ  ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଆଜି ବିଜେପି ଦଳରୁ ବହିଷ୍କାର କରିଥିଲା।

Leave A Reply

Your email address will not be published.