ମହାପ୍ରଭୁଙ୍କୁ ଜ୍ୱର : ଅଣସର ଘରେ ଚାଲିଛି ଗୁପ୍ତଉପଚାର , ୧୩ ରେ ନବଯୌବନ ଦର୍ଶନ

ପୁରୀ :  ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ଦିବ୍ୟସ୍ନାନ କରି ଜ୍ୱରରେ ଚତୁର୍ଦ୍ଧା ବିଗ୍ରହ। ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଏବେ ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶୀ ମାତ୍ରାରେ ବଢି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱରପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଛପନ ପଉଟି ଭୋଗ ବଦଳରେ ଫଳ, ଫୁଲରି ତେଲ ମହାପ୍ରଭୁଙ୍କୁ ଲାଗି ହୋଇଛି। ଦଇତାପତି ସେବକମାନେ ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ସଂପାଦନ କରୁଛନ୍ତି।

ମହାପ୍ରଭୁଙ୍କ ଲାଗି ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆସର ପ୍ରଭୃତି ମିଶାଇ ମହୌଷଧି ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ। ୧୪ ଦିନ ଅଣସରଘରେ ରହି ଚାଲିବ ଚିକିତ୍ସା,ତା ପରେ ରଥଯାତ୍ରା ପୂର୍ବଦିନ ନବଯଉବନ ଦର୍ଶନ ଦେବେ ମହାବାହୁ  ।୧୩ ରେ ମହାପ୍ରଭୁ ନବଯୌବନରେ ଦର୍ଶନ ଦେବେ।

Leave A Reply

Your email address will not be published.