ଏହି ଦିନ ରାତିସାରା ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆସନ୍ତା ୨୫ ତାରିଖ ଦିନ ରାତିସାରା ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । କାରଣ ଏହିଦିନ ମନ୍ଦିର ସାରା ରାତି ଖୋଲା ରହିବ । ସେହିଦିନ ସୂର୍ଯ୍ୟପରାଗ ପଡୁଥିବା କାରଣରୁ ଆଜି ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିବା ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ, ସୂର୍ଯ୍ୟ ପରାଗ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ସୂର୍ଯ୍ୟ ପରାଗ ପୂର୍ବଦିନ ମନ୍ଦିର ରାତିସାରା ଖୋଲା ରହିବ। ଏହାସହ ପରାଗ ସ୍ପର୍ଶ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ। ସେହି ଅନୁସାରେ ନୀତିକାନ୍ତି ହେବ।

ନୂଆବର୍ଷକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ତାରିଖ ରାତି ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହଡ଼ ପଡ଼ବ। ସେହିପରି ରାତି ୨ଟାରୁ ମନ୍ଦିର ଖୋଲାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ବୈଠକରେ ସୂର୍ଯ୍ୟ ପରାଗ ନେଇ ନୀତି ନିର୍ଘଣ୍ଟ ହୋଇଛି। ୨୫ ତାରିଖ ରାତି ୮ଟା ୨୦ରୁ ପାକ ତ୍ୟାଗ କରାଯିବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶାନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ।

ଗରାବଡୁ ନିଯୋଗ ସଂପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି-“ଆସନ୍ତା ୨୬ ତାରିଖରେ ସୂର୍ଯ୍ୟ ପରାଗ ପଡ଼ୁଛି। ଏହା ପୂର୍ବଦିନ ରାତିତମାମ ଶ୍ରୀମନ୍ଦିର ଖୋଲା ରହିବ। ସେହି ହିସାବରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ। ୩୧ ତାରିଖ ରାତି ୧୧ରେ ମହାପ୍ରଭୁଙ୍କର ପହୁଡ ପଡ଼ିବ। ନୂଆବର୍ଷ ଦିନ ରାତି ୨୨ଟାରେ ମହାପ୍ରଭୁଙ୍କ ପହୁଡ ଖୋଲିବ। ତା’ପରେ ଭକ୍ତମାନେ ଧାଡ଼ିରେ ଯାଇ ମାହାପ୍ରଭୁଙ୍କୁ ଦର୍ଶନ କରିପାରିବେ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର କହିଛନ୍ତି-“ଆଜି ନୀତିକାନ୍ତି ଉପରେ ଆଲୋଚନା ହେଲା। ସମସ୍ତେ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।”

Leave A Reply

Your email address will not be published.