ପୁଣିଥରେ ଦିଲ୍ଲୀରେ ଅଗ୍ନିକାଣ୍ଡ; ୧୩ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ: ଆଜି ଭୋରରୁ ଦିଲ୍ଲୀର ପୀରଗଡି ଅଂଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବାରୁ ଘର ଭାଙ୍ଗିପଡିବାରୁ ୧୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଜଣେ ଅଗ୍ନିଶମ କର୍ମଚାରୀ ଭଗ୍ନାବଶେଷରେ ପୋତି ହୋଇଯାଇଥିବାବେଳେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି ।

ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ନିଆଁ ଲାଗିଥିବା ସମ୍ବନ୍ଧରେ ଭୋର୍‌ ପ୍ରାୟ ୪: ୨୮ ମିନିଟ୍‌ରେ ଫୋନ୍‌ ଆସିଥିଲା। ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଳ ଗର୍ଗ କହିଛନ୍ତି। କିନ୍ତୁ ପରେ ପରେ ଗୋଟାଏ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ଚାରି ତାଲାବିଶିଷ୍ଟ ଏହି କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ ଅନ୍ୟୂନ ୩୫ଟି ଦମକଳ ନିୟୋଜିତ ହୋଇଥିଲେ।

ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।

ସେ ଟୁଇଟ୍‌ କରିଛନ୍ତି, ଏ କଥା ଶୁଣି ଅନ୍ୟନ୍ତ ଦୁଃଖିତ। ପରିସ୍ଥିତି ଉପରେ ନଜର ରଖିଛି। ଅଗ୍ନିଶମ କର୍ମଚାରୀମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। ଭଗ୍ନାବଶେଷରେ ରହିଯାଇଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛି।

Leave A Reply

Your email address will not be published.