ପୋସିସ ଡିଜି ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ଅଙ୍କୁଶ :ୟୁପିଏସସି ବିନା ସୁପାରିଶରେ ରାଜ୍ୟ ଦେଇ କରିପାରିବନି ଡିଜି ନିଯୁକ୍ତି

ଭୁବନେଶ୍ବର  : ପୋଲିସ ଡିଜି ନିଯୁକ୍ତିରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଏଣିକି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିଜ ଇଚ୍ଛାରେ ପୋଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ଦେଇପାରିବେ ନାହିଁ । ୟୁପିଏସସିର ଅନୁମୋଦନ କ୍ରମେ ହିଁ ନିଯୁକ୍ତି ପାଇବେ ଡିଜିପି । ପୋଲିସ ବ୍ୟବସ୍ଥାରେ ସୁଧାର ପାଇଁ ଏଭଳି ରାୟ ଶୁଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।

ରାଜ୍ୟ ସରକାରଙ୍କ ପୋଲିସ ଡିଜି ନିଯୁକ୍ତିରେ ଅଙ୍କୁଶ । ଏଣିକି ଆଉ ନିଜ ଇଚ୍ଛାରେ ରାଜ୍ୟ ସରକାର ଡିଜିପି ନିଯୁକ୍ତ କରିପାରିବେ ନାହିଁ । ସାରା ଦେଶରେ ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ୟୁପିଏସି ନିୟନ୍ତ୍ରଣରେ ହେବ । ପଦରେ ଥିବା ଡିଜି ଅବସର ନେବାର ୩ ମାସ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ପଠାଇବେ । ଯେଉଁଥିରୁ ୩ ଜଣଙ୍କ ନାଁ ସୁପରିଶ୍ କରିବ ୟୁପିଏସସି । ଆଉ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର, ଡିଜିପି ଭାବେ ନିଯୁକ୍ତି ଦେବେ । ଫଳରେ ପୂର୍ବରୁ ରାଜ୍ୟରେ ପୋଲିସ ଡିଜି ନିଯୁକ୍ତି ନେଇ ଥିବା ସମସ୍ତ ଆଇନ ଅକାମି ହେବ । ତେବେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିଶ୍ଳେଷଣ । ଏଭଳି ନିର୍ଦ୍ଦେଶକୁ ବିଜେପି ସ୍ବାଗତ କରିଛି । ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଏଣିକି ପୋଲିସ ଡିଜି ନିଯୁକ୍ତିରେ ରାଜ୍ୟ ସରକାରଙ୍କ ମନମାନି ଚଳିବନି କି ନିଜ ପସନ୍ଦର ପୋଲିସ ଅଧିକାରୀଙ୍କୁ ଡିଜି କରି ପୋଲିସ ବିରୋଧରେ ଆଉ ବ୍ୟବହାର କରିପାରିବେନି । କେବଳ ଡିଜିପି ନିଯୁକ୍ତି ନେଇ ନୁହେଁ, ପୂରା ପୋଲିସ ବ୍ୟବସ୍ଥାରେ ସଂସ୍କାର ପାଇଁ ସୁପ୍ରମକୋର୍ଟ ଏକାଧିକ ନିର୍ଦ୍ଦେଶ ଦେଇଛନ୍ତି । ଯାହା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ହେବ । ତେବେ କୋର୍ଟଙ୍କ ରାୟକୁ ନେଇ ବିଜେପି, ରାଜ୍ୟ ସରକାରଙ୍କ ଆଡ଼କୁ ନିସାନା ସାଧିଥିବା ବେଳେ ବିଜେଡି ମଧ୍ୟ କାଉଁଟର୍ ଜବାବ ଦଇ  ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ବିଜେପିର ଆରୋପ ଯଦି ସତ ହୁଏ ତେବେ ଦେଶରେ ୨୧ଟି ରାଜ୍ୟରେ ଥିବା ବିଜେପି ସରକାରହିଁ ସବୁଠୁ ବେଶୀ ଦୁଖି ଥିବେ ।

ସାଧାରଣତଃ କ୍ଷମତାରେ ଥିବା ଦଳ ହିଁ ନିଜ ଇଚ୍ଛାରେ, ନିଜ ସୁବିଧା ପାଇଁ ପୋଲିସ ଡିଜିପି ନିଯୁକ୍ତି ଦେଇଥାନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୋଲିସ୍ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପକୁ ଅନେକମାତ୍ରାରେ କମାଇଦେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.