କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା : ଦେଢଗୁଣ ବଢିଲା ଖାଦ୍ୟଶସ୍ୟର  ସହାୟକ ମୁଲ୍ୟ, ୧୦ ବର୍ଷର ସରକାରରେ ସର୍ବାଧିକ

ଭୁବନେଶ୍ବର  : କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୨୦୧୮-୧୯ ମାର୍କେଟିଂ ସିଜିନ ୧୪ଟି ଖାଦ୍ୟଶସ୍ୟର  ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କାଙ୍କୁ ବୃଦ୍ଧି ପାଇଛି । ଚଳିତ ଖରିଫ ଋତୁରୁ  ଧାନ କ୍ୱିଣ୍ଟାଲ ମୂଲ୍ୟ ୧୭ ଶହ ୫୦ଟଙ୍କା କରାଯାଇଛି । ଏ ଗ୍ରେଡ ଧାନର ସହାୟକ ମୂଲ୍ୟରେ ୧୮୦ ଟଙ୍କା ବୃଦ୍ଧି କରାଯାଇଛି । ୧୦ ବର୍ଷ ପରେ ଖରିଫ ଫସଲରେ ଏହା ସର୍ବାଧିକ ବୃଦ୍ଧି ବୋଲି କୁହାଯାଉଛି ।କେନ୍ଦ୍ର ସରକାର ଘୋଷଣା ଅନୁସାରେ ସହାୟକ ମୁଲ୍ୟ ଦେଢଗୁଣ କରିଥିବା ଘୋଷଣା କରିଛନ୍ତି । ସହାୟକ ମୁଲ୍ୟ ବୃଦ୍ଧିକୁ ଏୈତିହାସିକ ବୋଲି ରାଜ୍ୟ ବିଜେପି କହିବା ସହ ଚାଷି କିପରି ସଠିକ ସହାୟକ ମୁଲ୍ୟ ପାଇବେ ରାଜ୍ୟ ସରକାର ତାହା ନିଶ୍ଚିତ କରିବା ଦରକାର ବୋଲି କହିଛି । ବିଜେଡି ଓ କଂଗ୍ରେସ କହିବା କଥା ଉତ୍ପାଦନ ମୁଲ୍ୟକମ କରି ଦେଢଗୁଣ ଦେବା ଓ ଓଡିଶାର ୨୯୭୦ ଦାବିକୁ ବିଚାରକୁ ନନେବା ଚାଷିଙ୍କ  କଟା ଘଆରେ ଚୁନ ପରି ।

ବଢିଲା କୃଷି ଯାତ ଦ୍ରବ୍ୟର ସହାମୁଲ୍ୟ । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨ ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ସାଧାରଣ ଧାନ  ମୁଲ୍ୟ କ୍ବିଣ୍ଟାଲ ପିଛା ୧୫୭୦ରୁ ୨ ଶହ ଟଙ୍କା ବଢି ୧୭ ଶହ ୫୦ ଟଙ୍କା । ଓ ଗ୍ରେଡ ଏ ଧାନ କୁଇଣ୍ଟାଲ ପିଚା ୧୫୯୦ରୁ ଶହେ ୧୮୦ ଟଙ୍କା ବଢି ୧୭୭୦ ହୋଇଛି ।  କେନ୍ଦ୍ର ସରକାର ଚାଷୀଙ୍କ ଉତ୍ପାଦିତ ମୁଲ୍ୟ ଦେଢଗୁଣ କରିବାକୁ କହିଥିଲେ , ଏବେ ତାହା କରିଛନ୍ତି । ଏହା ଦ୍ବାରା ଦେଶର ଚାଷୀ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ।

ସହାୟକ ମୁଳ୍ୟବୃଦ୍ଦିରେ ଓଡିଶାର ଦାବି ପୁରଣ ହୋଇନି । ବିଧାନସଭା ସର୍ବଦଳୀୟ କମିଟି ଧାନ ସହାୟକ ମୁଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଥିଲେ । ସେହିପରି ଏଥର ରାଜ୍ୟ ସରକାର ୨୩୯୦ କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ । ହେଲେ ତାହା ପୁରଣ ହେଲିନି । କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପିଛା ୧୧୬୬ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରି ତାର ଦେଢ ଗୁଣ ବଢାଇଲେ । ସହାୟକ ମୁଲ୍ୟ ବୃଦ୍ଦି  ଓଡିଶା ଭଳି ଧାନ ଉତ୍ପାଦନକାରୀ ରାଜ୍ୟର କୃଷକଙ୍କୁ ଅଧିକ ଲାଭ ଦେବ ବୋଲି ଯୁକ୍ତି ବାଢିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓ ବିଜେପିର ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶୃତି ଥିଲା ତାହା ପୁରଣ କରିଛନ୍ତି କେନ୍ଦ୍ର ସରକାର ବୋଲି ବିଜେପି କହିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନିଶାନା ସାଧିଛି ଦଳ । ରାଜ୍ୟ ସରକାର୧୦୦ଟଙ୍କା ବୋନସ ଦେବାକୁ କହି  କାହିଁକି ଦେଲେନି ବୋଲି କହି ପ୍ରଶ୍ନ କରିବା ସହ ସରକାର ସହାୟକ ମୁଲ୍ୟ ଦେବାରେ ନିଶ୍ଚିତ କରାନ୍ତୁ ବୋଲି ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ।  ଆଉ ରାଜ୍ୟ କଂଗ୍ରେସ ଯୁକ୍ତି କେନ୍ଦ୍ର ସରକାର ରାଜ୍ୟର ଦାବିକୁ ଅଣଦେଖା କରୁଛି ଗୃ କମିଟି ସହାୟକ ମୁଲ୍ୟ ୨୯୩୦ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଥିଲେ. ହେଲେ ତାହା ହେଲାନି । ୨୦୦ ଶହ ଟଙ୍କା ସହାୟକ ମୁଳ୍ୟ ବୃଦ୍ଧି ରାଜ୍ୟ ର ଚାଷୀଙ୍କୁ ଲାଭ ମିଳିବନି ବୋଲି କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି । ାଉ ସେପଟେ ବିଜେଡି କହିଛି ସହାୟକ ମୁଲ୍ୟ ବୃଦ୍ଦି ଓଡିଶା ଚାଷୀଙ୍କ କଟା ଘାରେ ଚୁନ ପରି । ଉତ୍ପାଦନ ମୁଲ୍ୟ କମ କରି ଦେଢଗୁଣ କରି କେନ୍ଦ୍ର ବାହାଦୂରି ନେବାକୁ ଚାହୁଁଛି । ଏତେ କମ ଟଙ୍କାରେ କିପରି ଧାନ ଉତ୍ପାଦନ ହେବ ତାହା ବିଜେପି ନେତାଏ କରି ଦେଖାନ୍ତୁ । ଓଡିଶାର ଦାବି ପୁରଣ ନହେବାଯାଏ  ଆମ ପ୍ରତିବାଦ ଚାଲିବ ବୋଲି ବିଜେଡି ବିଧାୟକ ରୋହିତ ପୁଜାରୀ ମତ ରଖିଛନ୍ତି ।

ଧାନ ସହ କେନ୍ଦ୍ର ସରକାର ୧୪ଟି ସଶ୍ୟ ଉପରେ ସହାୟକ ମୁଳ୍ୟ ବୃଦ୍ଧି ଲାଗି ନିଷ୍ପତି ନେଇଛନ୍ତି । ଏଥିରେ ବାଜରା ୧୪୨୫ରୁ ୧୯୫୦ ଟଙ୍କା,ମୁଗ ୫୫୭୫ରୁ ୬୯୭୫ ଟଙ୍କା,ସୋୟାବିନ ୩୦୫୦ ଟଙ୍କାରୁ ୩୩୯୯ ଟଙ୍କା ଓ ସୂର୍ଯ୍ୟମୁଖିର ସହାୟକ ମୁଳ୍ୟ ୪୧୦୦ ଟଙ୍କାରୁ ୫୩୮୮ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାହ୍କ ସହାୟକ ମୁଳ୍ୟ ବୃଦ୍ଧି ଗତ ୧୦ ବର୍ଷର ସରକାର ଭିତରେ ସର୍ବାଧିକ ।

Leave A Reply

Your email address will not be published.