କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ।ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସଭାପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ଅପରାହ୍ନ ୩ଟା ସମୟରେ ନାମାଙ୍କନ ପତ୍ର ଦାଖଲ କରିବେ।

ନିର୍ବାଚନ ପାଇଁ ଗୁରୁବାର ଅପରାହ୍ନ ୪.୩୦ରୁ ୫.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । ଆବଶ୍ୟକ ପଡିଲେ ୧୭ ତାରିଖରେ ସଭାପତି ପାଇଁ ନିର୍ବାଚନ ହେବ ଓ ଅପରାହ୍ନ ୧ଟାରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ରର ବରିଷ୍ଠ ବିଜେପି ନେତା ଯୋଗଦେବେ। ନରେନ୍ଦ୍ର ସିଂ ତୋମାର, ରାଜୀବ ପ୍ରତାପ ରୁଡ଼ି, ଅରୁଣ ସିଂ, ସୌଧନ ସିଂ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଦଳର ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଏନେଇ ରାଜ୍ୟ ନିର୍ବାଚନ ସହ ଅଧିକାରୀ ତଥା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

Leave A Reply

Your email address will not be published.