ଅଭିନେତ୍ରୀଙ୍କୁ ରାସ୍ତାରେ ପିଛା କରି ବନ୍ଧା ହେଲେ ଅଭିନେତା ସଞ୍ଜୟ, ଲାଗିଲା ଯୌନ ଉତ୍ପୀଡ଼ନ ମାମଲା

କୋଲକତା : ରାସ୍ତାରେ ଜଣେ ଅଭିନେତ୍ରୀଙ୍କୁ ପିଛା କରି ଜଣେ ଜଣା ଶୁଣା ଅଭିନେତା ଫସିଛନ୍ତି । ତାଙ୍କ ନାଁରେ ଯୌନ ଉତ୍ପିଡନ ମାମଲା ରଜ୍ଜୁ ହୋଇଛି । କେବଳ ମାମଲା ହୋଇନି ପୋଲିସ ସଂପୃକ୍ତ ଅଭିନେତାଙ୍କୁ ଗିରଫ ବି କରିଛି । ଅଭିନେତା ଜଣଙ୍କ ହେଉଛନ୍ତି ସଞ୍ଜୟ ମଖାର୍ଜୀ ଏମିତି ଘଟଣା ଘଟିଛି କୋଲକତାରେ । ପ୍ରସିଦ୍ଧ ବଙ୍ଗଳା ଅଭିନେତା ସଞ୍ଜୟ ଜଣେ ଅଭିନେତ୍ରୀଙ୍କୁ ରାସ୍ତାରେ ଗୋଡ଼ାଉ ଥିବାରୁ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଲଗାଯାଇଛି। ଅଭିନେତା ମୁଖାର୍ଜୀ ଜଣେ ୩୨ ବର୍ଷୀୟା ଅଭିନେତ୍ରୀଙ୍କ ପିଛା କରିଥିଲେ। ଅଭିନେତ୍ରୀ ଜଣକ ଶୁକ୍ରବାର ନିଜ ଜିମ୍‌ରୁ ଫେରୁଥିବା ବେଳେ ଅଭିନେତା ତାଙ୍କ ପଛେ ପଛେ ଯାଇଥିଲେ। କିଛି ବାଟ ଅତିକ୍ରମ କରିବା ପରେ ଅଭିନେତା ମୁଖାର୍ଜୀ ନିଜ କାର୍‌କୁ ନେଇ ଅଭିନେତ୍ରୀଙ୍କ କାର୍‌ ପଛରେ ଲଗାଇ ଦେଇଥିଲେ। ଅଭିନେତ୍ରୀଙ୍କୁ ଅଟକାଇବା ସହ ତାଙ୍କ ସହ ଅଭିନେତ୍ରୀଙ୍କ କାର୍‌ରେ ବସିଥିବା ଆସିଷ୍ଟାଣ୍ଟ୍‌ଙ୍କୁ ମଧ୍ୟ ଅଭିନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସଞ୍ଜୟ ମୁଖାର୍ଜୀଙ୍କୁ କୋଲକାତା ପୁଲିସ୍‌ ଗିରଫ କରିଛି।

Leave A Reply

Your email address will not be published.