ନୂଆ ପରମ୍ପରା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ; ଗଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଶଦୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସରେ ଏକ ନୂଆ ପରମ୍ପରା ଲାଗୁ କରିଛନ୍ତି । ଆଦି ଏହି ଦିବସ ଉପଲକ୍ଷେ ମୋଦି ଯୁଦ୍ଧ ସ୍ମାରକରେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ।
୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ଅମର ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟ ପାଖରେ ୧୯୭୨ରେ ନିର୍ମାଣ କରାଯାଇଥିଲା। ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଯୁଦ୍ଧ ସ୍ମାରକ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
୪୪ ଏକରରେ ନିର୍ମିତ ହୋଇଥିବା ୱାର ମେମୋରିଆଲ ଚାରୋଟି ସର୍କଲରେ ନିର୍ମାଣ ହୋଇଛି। ଯଥା ଅମର ଚକ୍ର, ବୀରତ୍ଵ ଚକ୍ର, ତ୍ୟାଗ ଚକ୍ର ଏବଂ ରକ୍ଷକ ଚକ୍ର। ଏଥିରେ ୨୫,୯୪୨ ଯବାନଙ୍କ ନାମ ଗ୍ରାନାଇଟରେ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି।
