ଭୁବନେଶ୍ୱର: ଆଜି ୭୧ତମ ଗଣତନ୍ତ୍ର ଦିବସ ଚାରିଆଡେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସାଧାରଣତନ୍ତ୍ର ଦିବସରେ ଦେଶର ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଙ୍କଳ୍ପରେ ଆଗକୁ ବଢୁଛି। ସେବା, ସାହସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ। ଏହା ହେବ ଶ୍ରେଷ୍ଠ ଓଡ଼ିଶା। ଆସନ୍ତୁ, ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରିଚାଲିବା #RepublicDay pic.twitter.com/cUDZTVNUDy
— Naveen Patnaik (@Naveen_Odisha) January 26, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ଏକ ଭିଡ଼ିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ସାଧାରଣତନ୍ତ୍ର ଦିବସରେ ଦେଶରେ ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଂକଳ୍ପରେ ଆଗକୁ ବଢୁଛି। ସେବା, ସାହାସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ। ଏହା ହେବ ଶ୍ରେଷ୍ଠ ଓଡ଼ିଶା। ଆସନ୍ତୁ ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରି ଚାଲିବା।
