ପାଟନା: ଜେଏନ୍ୟୁ ତଥା ଶାହିନବାଗରେ ପ୍ରଦର୍ଶନ ସହ ଉତେଜନାମୂଳକ ଭାଷଣ ଦେଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ପୋଲିସ ଗିରଫ କରିଛି । ଶରଜୀଲକୁ ଦିଲ୍ଲୀର ପୋଲିସର କ୍ରାଇମ ବ୍ରାଂଚ ବିହାର ଜହାନାବାଦରୁ ଗରିଫ କରିଛି । ଏହା ପୂର୍ବରୁ ଶରଜୀଲର ଭାଇକୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା ।
ଦିଲ୍ଲୀ ପୋଲିସ ମଙ୍ଗଳବାର ଦାବି କରିଥିଲା ଯେ ଶରଜୀଲକୁ ଖୁବଶୀଘ୍ର ଗିରଫ କରାଯିବ । ତାକୁ ଖୋଜିବା ପାଇଁ ଗଠିତ ୫ଟି ଟିମ୍ ମୁମ୍ୱାଇ, ଦିଲ୍ଲୀ, ପଟନାର ଅନେକ ସ୍ଥାନରେ ଚଢ଼ାଉ କରିଛି । ଏହା ପୂର୍ବରୁ ଜହାନାବାଦ ପୋଲିସ ଜେଏନୟୁ ଛାତ୍ର ଏବଂ ଶହୀନବାଗ ବିରୋଧ ପ୍ରଦର୍ଶନର ଆୟୋଜକ ଶରଜୀଲର ଭାଇକୁ ଗିରଫ କରାଯାଇଥିଲା । ପୋଲିସ ଶରଜୀଲକୁ ଖୋଜିବା ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ଚାରି ଦିନ ପୂର୍ବେ ଶରଜୀଲ ଇମାମର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଅଲିଗଡ଼ ମୁସଲିମ ୟୁନିଭର୍ସିଟିର ମଂଚରୁ ପୂର୍ବୋତର ରାଜ୍ୟ ଆସାମକୁ ଭାରତରୁ ଅଲଗା କରିବା କଥା କହିଥିଲେ । ସେ କହିଥିଲା ଯେ ମୁସଲମାନଙ୍କୁ ସେମାନଙ୍କ ଶକ୍ତି ଦେଖାଇ ଅତି କମରେ ମାସେ ପର୍ଯ୍ୟନ୍ତ ଆସାମର ସମ୍ପର୍କ ଭାରତରୁ କାଟି ଦେବା ଦରକାର । ଏଥିପାଇଁ ରେଲୱେ ଟ୍ରାକରେ ଭଗ୍ନାବଶେଷ ଗୁଡ଼ିକୁ ଗଦା କରିବା ଦରକାର, ଯାହାକୁ ଖାଲି କରିବକୁ ମାସେ ଲାଗିବ ।
ଶରଜୀଲ ଇମାମ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଅଭିଯୋଗ କରି ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଥିଲା । ଏହାପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା । ଶରଜୀଲକୁ ଖୋଜିବା ପାଇଁ ବିଭିନ୍ନ ରାଜ୍ୟର ପୋଲିସ ଉଦ୍ୟମ ଚଲାଇଥିଲା ।
