ଭୁବନେଶ୍ୱର: ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗ ‘ମୋ ସରକାର’ ରେ ଯୋଡ଼ି ହେଲା । ଶ୍ରମ ବିଭାଗର ଅଫିସ ଅଫ୍ ଲେବର କମିସନ, ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ୍ ଇଏସ୍ଆଇ ମୋ ସରକାରରେ ଯୋଡ଼ି ହୋଇଛି । ଏହି ସବୁ ବିଭାଗରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ୟ୍ୟାଳୟ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ୟ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରମ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି। ମୋ ସରକାର ଉଦ୍ଦେଶ୍ୟ ବାବଦରେ ବିଭାଗର ସମସ୍ତ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଶ୍ରମିକମାନଙ୍କ ନିରାପତ୍ତା ଓ ତାଙ୍କ ପାଇଁ ହେଉଥିବା ଯୋଜନାର ସଫଳ ରୂପାୟନ କିପରି ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଣିକି ଯୋଜନାରୁ ଶ୍ରମିକମାନେ କିପରି ସୁବିଧା ପାଉଛନ୍ତି ସେନେଇ ସିଧା ଫିଡ୍ ବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ । ଶ୍ରମିକ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ।
