ବେଜିଂ: ଚୀନରେ ବର୍ତମାନ ଦେଖାଦେଇଥିବା କୋରୋନା ଭାଇରସ୍ ଦିନକୁ ଦିନ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ତେବେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି । ଏ ମଧ୍ୟରେ ଚୀନର ସବୁଠାରୁ ଧନୀ ଅର୍ଥାତ୍ ଅଲିବାବା ଫାଉଣ୍ଡର ଜ୍ୟାକ୍ ମା କୋରୋନା ଭାଇରସ୍ ମୁକାବିଲା ପାଇଁ ୧୪ ମିଲିୟନ୍ ଡଲାର ଅଥବା ଶହେ କୋଟି ଦାନ ଦେଇଛନ୍ତି । ଏହି ଅର୍ଥ କୋରୋନା ଭାଇରସ୍ ଭାକ୍ସିନ ପ୍ରସ୍ତୁତ କରିବାକୁ ଖର୍ଚ୍ଚ କରାଯିବ ।
କରୋନା ଭାଇରସ୍ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସର ସହାୟତା ମଧ୍ୟ ମାଗଣାରେ ଦିଆଯିବ। ଚୀନ ଏବଂ ଆମେରିକାର ବୈଜ୍ଞାନିକ କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ କାମ ଚାଲିଛି। ତେବେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଆହୁରି ୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
ଆମେରିକାର ସେଂଟର ଫର ପ୍ରିଭେନସନ୍ ମୁତାବକ, କରୋନା ଭାଇରସ୍ ମୁତାବକ ଓଟ, ବିଲେଇ ଭଳି ପଶୁଙ୍କ ଶରୀରକୁ ବ୍ୟାପିଛି। ଯାହାକି ଘାତକ ସାବ୍ୟସ୍ତ ହେବ। ଏହି ଭାଇରସ୍ ନିମୋନିଆର କାରଣ ମଧ୍ୟ ହୋଇପାରେ। ତେବେ କରୋନ ଭାଇରସ୍ ପ୍ରଭାବରେ ଏଯାବତ୍ ୧୭୦ ଜଣ ମୃତ୍ୟୁବରଣ କଲେଣି।
