୭ ସଙ୍କେତରୁ ଜାଣନ୍ତୁ ଆପଣଙ୍କ ସାଥୀର ଭଲ ଓ ମନ୍ଦ ଗୁଣ

ସ୍ୱାମୀଠୁ ସବୁବେଳେ ଭଲପାଇବା ଆଶା କରେ ସ୍ତ୍ରୀ । ତା’ସହିତ ସହଯୋଗ ଆଉ ସମ୍ମାନ ବି ଚାହେଁ । ସେତିକି ନ ମିଳିଲେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଉଭୟଙ୍କ ମଧ୍ୟରେ ଦୂରତା ବଢେ । ଭଲ ପାଇବା ଅଭାବରୁ ମତଭେଦ ଓ ମନାମାଳିନ୍ୟ ବଢେ । ହେଲେ ଏମିତି ଅନେକ ଲାକ ଅଛନ୍ତି ଯେଉଁମାନେ ଭଲ ପାଇବାକୁ ପ୍ରକାଶ କରନ୍ତି ନାହିଁ । ସେମାନେ ତାଙ୍କ ପତ୍ନୀଙ୍କ କେତେ ପ୍ରେମ କରନ୍ତି ତାହା ସେ ଖାଲି କୁହନ୍ତି ନାହିଁ । କିନ୍ତୁ ସେମାନଙ୍କ ଆଚରଣ ଓ ସ୍ୱଭାବ ଏ ବାବଦରେ କିଛି କହିଦିଏ । ନିରବ ଓ ଲାଜକୁଳା ରହୁଥିବା ସ୍ୱାମୀମାନେ ସେମାନଙ୍କ ସାଥୀଙ୍କୁ କେତେ ଭଲ ପାଆନ୍ତି ତାହା ତାଙ୍କ ଭାବଭଙ୍ଗୀ ଓ ଆଚରଣରୁ ଜାଣିହେବ । ତେବେ ଆସନ୍ତୁ ଜାଣିବ ସେହି ସବୁ ସ୍ୱଭାବ ବିଷୟରେ ।
ହାତ ଧରିବାର ସ୍ୱଭାବ
ଯଦି ଆପଣଙ୍କ ସାଥୀ ଆପଣଙ୍କ ହାତକୁ ଜାବୁଡି ଧରନ୍ତି ତେବେ ସେ ଆପଣଙ୍କୁ ଖୁବ୍ ଭଲ ପାଉଛନ୍ତି ବୋଲି ଜାଣନ୍ତୁ । ଆଉ ଯଦି ହାତ ଧରିବା ସମୟରେ ଦୁଇ ହାତ ମଧ୍ୟରେ ଫାଙ୍କ ରହିଥାଏ ତେବେ ଜାଣିବେ ସମ୍ପର୍କ ନୂଆ ଆରମ୍ଭ ହୋଇଛି । ନହେଲେ ଏପର୍ଯ୍ୟନ୍ତ ସେ ଆପଣଙ୍କୁ ଭଲ ଭାବେ ବୁଝି ପାରିନାହାଁନ୍ତି ।
ଗୋଡର ସ୍ଥିତି
ଯଦି ଆପଣଙ୍କ ସାଥୀ ଆପଣଙ୍କ ପାଖରେ ବସିଛନ୍ତି ଏବଂ ତାଙ୍କ ଗୋଡ ଆପଣଙ୍କ ଆଡକୁ ରହିନାହିଁ ତେବେ ଆପଣଙ୍କ ଭିତରେ ଭଲ ପାଇବା କମ ଅଛି ବୋଲି ଜାଣନ୍ତୁ । ଯଦି ସେ ବସିବା ସମୟରେ ଗୋଡ ଆପଣଙ୍କ ଆଡକୁ ରଖୁଛନ୍ତି ତେବେ ସେ ଆପଣଙ୍କୁ ଭଲ ପାଆନ୍ତି ଏବଂ ଆପଣଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଇଚ୍ଛା ରଖନ୍ତି ବୋଲି ଜାଣିବେ ।
ହଠାତ୍ ଅଧିକ ଭଲପାଇବା ଦେଖାଇଲେ
ଯଦି ଆପଣଙ୍କ ସାଥୀ ହଠାତ୍ ଆପଣଙ୍କୁ ଅଧିକ ଭଲ ପାଇବାରେ ଲାଗୁଛନ୍ତି ତେବେ ଖୁସି ହୁଅନ୍ତୁ ନାହିଁ । ଭାବନ୍ତୁ ଦାଲ୍ ମେଁ କୁଛ କାଲା ତା ନେହିଁ? ଘରକୁ ଡେରିରେ ଫେରି ଯଦି ସେ ଆପଣଙ୍କୁ ମନେଇବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଜାଣନ୍ତୁ ଯେ ସେ ତାଙ୍କର କୌଣସି ଭୁଲ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯଦି ମୋବାଇଲ ସହ ଅଧିକ ସମୟ କାଟୁଛନ୍ତି ତେବେ ଜାଣନ୍ତୁ ସେ ଆଉ କାହା ପ୍ରତି ଆକର୍ଷିତ ହେଉଛନ୍ତି ।
ଆଖିରେ ଆଖି ମିଶାଇ କଥା ନ ହେଲେ
ଯଦି ଆପଣଙ୍କ ସାଥୀ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେଉ ନାହାଁନ୍ତି ତେବେ ଜାଣନ୍ତୁ ସେ ଲାଜୁଆ ପ୍ରକୃତିର ନହେଲେ ଆପଣଙ୍କୁ କଛି କଥା ଲୁଚାଉଛନ୍ତି । ଆପଣଙ୍କ ସହ ରହି ଯଦି ସେ ଅନ୍ୟାୟକୁ ଚାହୁଁଛନ୍ତି ତେବେ ସେ ବିଶ୍ୱାସ ଯୋଗ୍ୟ ନୁହଁ ବାଲି ଜାଣନ୍ତୁ ।
କଥାବାର୍ତ୍ତା ସମୟରେ ନଖ କାମୁଡିଲେ
ଯଦି ଆପଣଙ୍କ ସାଥୀ କଥାବାର୍ତ୍ତା କରିବା ସମୟରେ ନଖ କାମୁଡୁଛନ୍ତି ଏବଂ ହାତ ମୁଠା କରି ବସିଛନ୍ତି ତେବେ ଜାଣିବେ ତାଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ରହିଛି । ନଚେତ୍ ସେ ଆପଣଙ୍କୁ କିଛି କହିବାରେ ଭୟ କରୁଛନ୍ତି । ତେଣୁ ସେତେବେଳେ ଆପଣଙ୍କ ପରିସ୍ଥିତିିକୁ ବୁଝିବାକୁ ହେବ ।
ଏକୁଟିଆ ଭେଟ କରିବା ପାଇଁ କହିଲେ
ଯଦି ଆପଣଙ୍କ ସାଥୀ ଆପଣଙ୍କୁ ସବୁବେଳେ ଏକା ଦେଖାକରିବା ପାଇଁ ଡାକୁଛନ୍ତି ତେବେ ଜାଣନ୍ତୁ ସେ ଭଲପାଇବା ଶାରୀରିକ ।
କମ୍ କଥାବାର୍ତ୍ତା କରୁଥିଲେ
ଯଦି ଆପଣଙ୍କ ସାଥୀ ଆପଣଙ୍କ ସହ କମ କଥା ହେଉଛନ୍ତି ତେବେ ଜାଣନ୍ତୁ ସେ ଭାବି ଚିନ୍ତି କଥା ହେଉଛନ୍ତି । ଅଧିକ କଥାହେଲେ କାଳେ କିଛି ସତ ସାମ୍ନାକୁ ଆସିଯିବ ତେଣୁ ସେ ଚୁପ୍ ରହୁଛନ୍ତି ବୋଲି ଜାଣନ୍ତୁ ।

Leave A Reply

Your email address will not be published.