୧୦ ବର୍ଷର ନାବାଳିକା ସହ ଦୁଷ୍କର୍ମ,୯୯ବର୍ଷର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରଫ

ଚେନ୍ନାଇ : ୫ମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଷ୍କର୍ମ କରି ଜଣେ ୯୯ ବର୍ଷିଅ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି । ଏହି ଘଟଣା ଚେନ୍ନାଇ ସମେତ ସମଗ୍ର ତାମିଲନାଡୁର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଚେନ୍ନାଇରେ ଘଟିଥିବା ଏକ  ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  ଜଣେ ୯୯ବର୍ଷିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୧୦ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ସୂଚନା ମୁତାବକ,ଦୁଇ ବର୍ଷ ହେବ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘରେ ଭଡ଼ାରେ ରହି ଆସୁଥିଲେ । କିଛି ଦିନ ତଳେ ପୀଡ଼ିତା ପେଟର ଯନ୍ତ୍ରଣା ବିଷୟରେ ତାଙ୍କ ମା’ଙ୍କୁ ଜଣାଇଥିଲେ । ହଠାତ୍‌ କ’ଣ ପାଇଁ ଯନ୍ତ୍ରଣା ହେଲା ତା’ର କାରଣ ଜାଣିବା ପାଇଁ ପୀଡ଼ିତାଙ୍କ ମା’ ତାଙ୍କୁ ହସ୍ପିଟାଲରେ ନେଇ ପହଞ୍ଚିଥିଲେ । ଚିକିତ୍ସା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଡ଼ାକ୍ତର କହିବା ପରେ ହତ୍‌ବାକ ହୋଇ ଯାଇଥିଲେ ପରିବାର ଲୋକେ । ଏହା ପଛର କାରଣ ଜାଣିବା ପାଇଁ ପୀଡ଼ିତାଙ୍କୁ ଏ ନେଇ ପଚରାଯିବା ପରେ ସବୁ ସତ ବାହାହାରକୁ ଆସିଥିଲା । ଘରେ କେହି ନ ଥିବା ବେଳେ ଅଭିଯୁକ୍ତଜଣଙ୍କ ଘରକୁ ଆସି ଦୁଷ୍କର୍ମ କରିବା ସହ ପୀଡ଼ିତା ଛୋଟ ଥିବାରୁ କିଛ ବୁଝି ପାରି ନଥିଲେ । ସବୁ ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

Leave A Reply

Your email address will not be published.