ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ ୯୯ହଜାର ୩ଶହ କୋଟି ମଞ୍ଜୁର କରାଯାଇଛି । ‘ଷ୍ଟଡି ଇନ ଇଣ୍ଡିଆ’ ଯୋଜନା ଆରମ୍ଭ ହେବ । କୌଶଳ ବିକାଶ ପାଇଁ ୩୦୦୦ କୋଟି ମଞ୍ଜୁର କରାଯାଇଛି । ଏଥିରେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରାଯାଇଛି ।
ସ୍ଥାନୀୟ ପ୍ରଶାସନରେ ନବାଗତ ଇଞ୍ଜିନିୟରଙ୍କୁ ସୁଯୋଗ ମିଳିବ । ଏଥିରେ ସମାନେ ଇଂଟର୍ଣ୍ଣସିପ କରିପାରିବେ । ଭାରତରେ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦିଆଯିବ । ଯେଉଁଥିରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଏଥିପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ସେହିପରି ନ୍ୟାସନାଲ ଫରେନ୍ସିକ ୟୁନିଭରସିଟି ପାଇଁ ପ୍ରସ୍ତାବ ରହିଛି ।
