ବସ୍ ଭଡା କମିଲା

ଭୁବନେଶ୍ୱର: ବସ୍ ଭଡା କମିଲା । କିଲୋମିଟର ପିଛା ୧ ରୁ ୨ ପଇସା ହ୍ରାସ ପାଇଛି । ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି।  ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୧.୨୩ରୁ ୧.୨୧ ପଇସାକୁ ହ୍ରାସ କରାଯାଇଛି।

ତୈଳ ଦର ବୃଦ୍ଧି ଘଟିଥିବାରୁ ଜାନୁଆରୀ ୬ ତାରିଖରେ ବସ୍ ଭଡ଼ା ବୃଦ୍ଧି ଘଟିଥିଲା। ଅଟୋମେଟିକ୍ ମେକାନିଜିମ୍ରେ ବଢ଼ିଥିଲା ବସ୍ ଭଡ଼ା, ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବସ୍ ଭଡ଼ା ବୃଦ୍ଧିକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଥିଲା। ଏବେ ଡିଜେଲ ଦର କମିଥିବାରୁ ବସ୍ ଭଡ଼ା ଅଟୋମେଟିକ୍ ମେକାନିଜିମ୍ ସିଷ୍ଟମରେ କମିଥିବା ଜଣାପଡ଼ିଛି।

Leave A Reply

Your email address will not be published.