ମୁମ୍ବାଇ : ସେକ୍ସି ଚାହାଣୀ ଆଉ ଷ୍ଟାଇଲିଜ ଆଖି ମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତା ରାତି ଚର୍ଚ୍ଚାକୁ ଆସିଥିଲେ । ଅଭିନେତ୍ରୀ ପ୍ରିୟା ପ୍ରକାଶ ବେରିୟର । ଖାସ କରି ୟଙ୍ଗ ଜେନରେସନର ପ୍ରଥମ ପସନ୍ଦ ପାଲଟି ଥିଲେ । ଏକ ଫିଲ୍ମୀର ପ୍ରୋମ ଭିଡିଓ ଓ ଫଟୋରେ କଲେଜ ଗାର୍ଲର ଟିଜରେ ସାମ୍ମନାକୁ ଆସି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଏହାକୁ ନେଇ ମାମଲା କୋର୍ଟକୁ ଯାଇଥିଲା । ଏବେ ସେଇ ଆଖିମରା ଗାର୍ଲ ପ୍ରିୟା ପ୍ରକାଶ ବେରିୟର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ରାତା ରାତି ପ୍ରିୟା ପ୍ରକାଶଙ୍କର ଦର ବଢି ଯାିଛି । ଗୋଟିଏ ନ୍ୟାସନାଲ ଆଡ ( ବଗ୍ୟାଂପନ ) ପାଇଁ କୋଟିଏ ଟଙ୍କାର ଡିଲ କରିଛନ୍ତି ପ୍ରିୟା ପ୍ରକାଶ ।
ମୁମ୍ବାଇରେ ମଙ୍ଗଳବାର ସକେଳେ ଏହି ଏଡ ସୁଟିଂ କରିସାରିଛନ୍ତି ପ୍ରିୟା । ସେଥିପାଇଁ ତାଙ୍କୁ କଡା ସୁରକ୍ଷା ଯୋଗଆଇ ଦିଆଯାିଥିଲା । ଜମେ ନୂଆ ହିରୋଇନଙ୍କ ଲାଗି ବିଗ୍ୟାଂପନ ବାବଦରେ ଏହା ଏକ ବଡ ଅଫର । ଦିନକୁ ଦିନ ପ୍ରିୟା ପ୍ରକାଶଙ୍କର ଇନଷ୍ଟ୍ରାଗ୍ରାମରେ ଫଲୋଅର ବଢିବାରେ ଲାଗିଥିବାରୁ ତାଙ୍କ ଡିମାଣ୍ଡକୁ ଦେଖି କମ୍ପାନୀ ଏହି ଡିଲରେ ରାଜି ହୋଇଛି । ଏବେ ଇନଷ୍ଟ୍ରାଗ୍ରାମରେ ପ୍ରିୟା ପ୍ରକାଶଙ୍କର ଫଲୋଅର ସଂଖ୍ୟା ୬୦ ଲକ୍ଷ ଟପି ସାରିଛି ।
