ବୁରାରିରେ ୧୧ ଜଣଙ୍କ ମୃତ୍ୟୁ ଘଟଣା : ଆସିଲା ୧୦ ଜଣଙ୍କ ପୋଷ୍ଟମଟମ ରିପୋର୍ଟ, ତେବେ କେମିତି ହୋଇଚି ନାରାୟଣୀ ଦେବୀଙ୍କ ମୃତ୍ୟୁ ?
ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ୧୦ ଜଣଙ୍କର ପୋଷ୍ଟମଟମ ରିପୋର୍ଟ ଆସିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ କିଭଳି ହୋଇଛି ବୋଲି ଜଣା ପଡିଥିବାବେଳେ ଜମଙ୍କର ମୃତ୍ୟୁ କିପରି ହୋଇଛି ତାହା ଜଣା ପଡିନି । ଶବ ବ୍ୟବଛେଦ ରିପୋର୍ଟରେ ୧୦ ଜଣଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବା ଜଣା ପଡିଛି ।ସେମାନେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି । ହେଲେ ଚଟଣାରୁ ଉଦ୍ଧାର ହୋଇଥିବା ନାରାୟଣୀ ଦେବୀଙ୍କ ମୃତ ଦେହ ରୁ କିନ୍ତୁ କିପରି ମୃତ୍ୟୁ ହୋଇଛି ତାହା ପୋଷ୍ଟମଟମରୁ ଜଣା ପଡିନି । ତେଣଉ ପୋଲିସ ଲାଗି ଏହା ଅଡୁଆ ସ୍ଥିତି ସୃଷ୍ଟି କରିଛି । ଭାଟିଆ ପରିବାରରେ ୧୧ ଜଣଙ୍କ ମୃତ ଦେହ ମିଳିଥିଲା । ୧୦ ମୃତ ଦେହ ଝୁଲାନ୍ତା ଅବସଅତାରେ ମିଳିଥିବା ବେଲେ ଗୋଟିଏ ମୃତ ଦେହ ( ନାରାୟଣ ଦେବୀ) ଚଟାଣରେ ପଡିଥିବା ଦେଖିବାକୁ ମିଳିଥିଲା । ଜୁଲାଇ ୧ରେ ଘଟିଥିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ହେଲେ ଏବେ ବି ମୃତ୍ୟୁର କାରଣ ଉପରୁ ପୋଲିସ ପରଦା ହଟାଇ ପାରିନି । ତେବେ ନାରାୟଣୀ ଦେବୀଙ୍କ ଶବ ବ୍ୟବଛେଦ ରିପୋର୍ଟରୁ କାରଣ ନଜଣାପଡିବା ପୋଲିସ ଲାଗି ତଦନ୍ତ ଆଗକୁ ନେବାରେ ଚ୍ୟାଲେଞ୍ଚ ହୋଇଛି
