ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର: ତିନୋଟି ପ୍ରମୁଖ ଦାବି ନେଇ ଆଜିଠୁ ସହରରେ ୪୮ ଘଂଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଫଳରେ ବଲାଙ୍ଗୀର ସବୁ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଏଥିରେ ବନ୍ଦ ରଖାଯାଇଛି। ବନ୍ଦ ଡାକରାର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ଦୋକାନ ବଜାର, ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ ରହିଛି । ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି।

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ, ବାଇପାସ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି ନେଇଥିବା ବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇ ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାନ ଭାବରେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଛି।

ଦାବି ଗୁଡିକୁ ଶୀଘ୍ର ପୂରଣ କରା ନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ, ଭାରତୀୟ ବାର କାଉନସିଲର ନିର୍ଦ୍ଦେଶରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଥିବାର ପ୍ରକାଶ କରାଯାଇଛି ।

Leave A Reply

Your email address will not be published.