ବେରୋଜଗାର ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର: ଓଡିଶା ସରକାର ରାଜ୍ୟର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସବୁଠୁ ପଛରେ ରହିଛନ୍ତି। ଯାହାକି ସାରା ଦେଶରେ ଏକ ନମ୍ବର ଅଟେ। ବିଧାନସଭାରେ ସଭ୍ୟଙ୍କ ଏକ ପ୍ରଶ୍ନ ର ଉତରରୁ ଜଣାପଡ଼ିଛି ଏହି ତଥ୍ୟ । ଆଉ ଯାହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସରକାରଙ୍କ ନୀତିକୁ ସମାଲୋଚନା କରାଯିବା ସହ ଏହା ବିରୁଦ୍ଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଯୁବମୋର୍ଚ୍ଚା।

ରାଜ୍ୟରେ ବିପୁଳ ପରିମାଣର ଖଣିଜ ସମ୍ପଦ ରହିଥିବା ଓ ଗୋଟିଏ ସ୍ଥିର ସରକାର ୨ ବର୍ଷ ସାଶନ କରୁଥିବାବେଳେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରୁ ବେକାରୀ ଯୁବକ ଯୁବତୀ ଅନ୍ୟରାଜ୍ୟକୁ କାମ ଅନ୍ବେଷଣରେ ଯାଉଥିବାବେଳେ ସରକାର ଲୋକମାନଙ୍କୁ ଟଙ୍କିକିଆ ଚାଉଳ ଦେଇ କେବଳ ବାହାବା ସାଉଁଟିବାରେ ବ୍ୟସ୍ତ ଥିବା ଅଭିଯୋଗ ଆଣିଛି ବିଜେପି ।

ଓଡ଼ିଶାର ଯୁବପିଢିଙ୍କ ନିଯୁକ୍ତି ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରିଛି ତାହା ଜନସାଧାରଙ୍କୁ କୁହନ୍ତୁ ନଚେତ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆଜି ଏହି ରାଲି ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ହୋଇ ଥିବାବେଳେ ଏଥିରେ ଶତାଧିକ ଯୁବ କର୍ମୀ ସାମିଲ ହୋଇ ସରକାରଙ୍କ ଅପାରଗତା ବିରୁଦ୍ଧରେ ସ୍ଲୋଗାନ ଦେଇ ବିଧାନସଭା ଅଭିମୁଖେ ଯାଇଥିଲେ।

ତେବେ ପୋଲିସ ସେମାନଙ୍କୁ ପିଏମଜି ଠାରେ ଅଟକାଇବା ସହ ଥାନାରେ ଅଟକ କରିଥିବା ଜଣାଯାଇଛି। ଏନେଇ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ବିଜେପି ନେତା ବାବୁ ସିଂ କହିଛନ୍ତି ଯେ ଏହା ହେଉଛି ରାଜ୍ୟର ଯୁବକମାନଙ୍କ ସ୍ବତଃ ପ୍ରବୃତ ଭାବେ ସରକାର ପ୍ରତି ଥିବା ଅସନ୍ତୋଷ। ଏହାକୁ ସମାଧାନ କରିବା ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.